ଭାଇରାଲ ହେଲା କିମ୍‌ ଜୋଙ୍ଗଙ୍କ ସାନ ଝିଅର ଫଟୋ

ଓଡ଼ିଆ ବାର୍ତ୍ତା/ ପ୍ୟୋଙ୍ଗୟାଙ୍ଗ: ନର୍ଥ କୋରିଆର ତାନାଶାହ କିମ ଜୋଙ୍ଗଙ୍କୁ ନେଇ ଗଣମାଧ୍ୟମରେ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି । କେତେବେଳେ ମିସାଇଲ ପରୀକ୍ଷଣ ତ କେତେବେଳେ ନିଷ୍ଠୁର ଦଣ୍ଡପ୍ରଦାନ ପାଇଁ କିମ ଜୋଙ୍ଗ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଆଜିକାଲି କିମ ଜୋଙ୍ଗ ନିଜ ଝିଅମାନଙ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । କିଛି ଦିନ ତଳେ କିମ ଜୋଙ୍ଗଙ୍କ ବଡ ଝିଅ କିମ ଜୁ ଏଇଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଏବେ ତାଙ୍କ ୨ୟ ଝିଅର ଫଟୋ ସାମ୍ନାକୁ ଆସିଛି । ଏହି ଫଟୋଟି କିମଙ୍କ ଦ୍ଵିତୀୟ ଝିଅର ବୋଲି ଚୀନ ବିଶେଷଜ୍ଞମାନେ ଦାବି କରିଛନ୍ତି । ତେବେ ନର୍ଥ କୋରିଆର ସରକାରୀ ଟିଭିରେ ଦେଖା ଯାଇଥିବା ଫୁଟେଜରେ ଏହି ଫଟୋକୁ ପରବର୍ତ୍ତୀ ସମୟରେ ହଟାଇ ଦିଆଯାଇଛି । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଉତ୍ତର କୋରିଆରେ ସେପ୍ଟେମ୍ବର ମାସରେ ନାଶନାଲ ଡେ’ର ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଅନ୍ୟ ପିଲାଙ୍କ ସହ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ କିମ ଜୋଙ୍କ ୨ୟ କନ୍ୟା ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କିମ ଜୋ ଏବଂ ତାଙ୍କର ପତ୍ନୀ ରୀ ସୋଲ ଜୁ ମଧ୍ୟ ଉପସ୍ଥିତ ଥିଲେ । ନର୍ଥ କୋରିଆ ଉପରେ ନଜର ରଖିଥିବା ଏକ୍ସପର୍ଟଙ୍କ କହିବା ଅନୁଯାୟୀ, କାର୍ଯ୍ୟକ୍ରମରେ ପରଫର୍ମ କରୁଥିବା ଝିଅ କିମ ଜୋଙ୍କ ଦ୍ଵିତୀୟ ଝିଅ ହୋଇପାରନ୍ତି । ସେମାନଙ୍କର କହିବା କଥା, ଏହି ଝିଅ ପୁରା କିମଙ୍କ ପରି ଦିଶୁଛନ୍ତି । ତା ଛଡ଼ା ଲାଇଭ ଟେଲିକାଷ୍ଟରେ ଏହି ଝିଅକୁ ବାରମ୍ବାର ଦେଖାଉଥିଲା । ଏହି କାର୍ଯ୍ୟକ୍ରମର ଭିଡିଓ ନଭେମ୍ବର ୧୯ ନଭେମ୍ବର ଦିନ ପୁଣିଥରେ ଟେଲିକାଷ୍ଟ ହୋଇଥିଲା । ଏହାର କିଛି ଘଣ୍ଟା ପୂର୍ବରୁ ଉତ୍ତର କୋରିଆ ଟିିଭିରେ କିମ ଜୋଙ୍ଗଙ୍କ ବଡ ଝିଅକୁ ବି ଦେଖିବାକୁ ମିଳିଥିଲେ । ହେଲେ କିଛି ସମୟ ପରେ ଯେତେବେଳେ ଏହି ପ୍ରୋଗ୍ରାମର ଟେଲିକାଷ୍ଟ କରାଗଲା ଉକ୍ତ ଝିଅ ସ୍ଥାନରେ ଅନ୍ୟ ଏକ ଚେହେରା ଲଗାଇ ଦିଆଯାଇଥିଲା । ଏନକେ ନିଉଜ ୱେବ  ସାଇଟର କହିବା ଅନୁଯାୟୀ, ଏହି ଫଟୋକୁ ନେଇ ନର୍ଥ କୋରିଆ କେତେ ସମ୍ବେଦନଶୀଳ ତାହା ଜଣାପଡ଼ୁଛି । ୱେବ ସାଇଟର କହିବା ଅନୁଯାୟୀ, କିମ ଜୋଙ୍ଗ ତାଙ୍କ ଝିଅମାନଙ୍କୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରିନାହାନ୍ତି । କିଛି ଲୋକଙ୍କ କହିବା ଅନୁଯାୟୀ, ନର୍ଥ କୋରିଆ ପ୍ରଶାସନର କହିବା ଅନୁଯାୟୀ ଏମାନେ କିମ ଜୋଙ୍ଗଙ୍କ ଝିଅ ନୁହେଁ । ହୁଏତ ଏକଥା ସତ ହୋଇଥାଇପାରେ । ତେବେ ଏମାନେ ତାଙ୍କ ପରିବାରର ସଦସ୍ୟ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏସବୁ ଅନୁମାନକୁ ଆହୁରି ଗୋଟିଏ କଥା ସକ୍ରିୟ କରିଛି । ତାହା ହେଉଛି, କିମ ଜୋଙ୍ଗଙ୍କ ଭଉଣୀ କିମ ୟୋ ଜୋଙ୍ଗ ଏକ ସନ୍ତାନର ଜନନୀ । ଏହି କାର୍ଯ୍ୟକ୍ରମରେ ସେମାନେ ବି ସାମିଲ ହୋଇଥିଲେ । ତେଣୁ ଏହି କାର୍ଯ୍ୟକ୍ରମରେ କିମ ଜୋଙ୍ଗଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ ଏବଂ ଏହି ଝିଅ ତାଙ୍କ ଝିଅ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.