ଏମିତି କେବେ ମୃତ୍ୟୁ ହୋଇନଥିବ ! ଟ୍ରେନରେ ବସିଥିଲେ ଯାତ୍ରୀ, ବେକରେ ପଶିଗଲା ଲୁହାରଡ

ଲକ୍ଷ୍ନୌ: ଏମିତି କେବେ ମୃତ୍ୟୁ ହୋଇଥିବାର ଖବର ନଥିବ। ଟ୍ରେନରେ ଝରକା ପାଖରେ ଥିବା ସିଟରେ ବସିଥିଲେ ଯାତ୍ରୀ ଜଣଙ୍କ। ହେଲେ ଏକ ଲୁହା ରଡଟି ଯାତ୍ରୀଙ୍କ ବେକରେ ପଶିଯିବାରୁ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶର ସୋମନାଥ ରେଳଷ୍ଟେସନରେ ଏହି ଅଘଟଣ ଘଟିଛି। ରେଳବାଇର ଅବହେଳା ଯୋଗୁଁ ବଡ ଦୁର୍ଘଟଣା ଘଟିଛି। ଯାତ୍ରୀ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଏହି ଯନ୍ତ୍ରଣା ଦାୟକ ଖବର ଟ୍ରେନରେ ଥିବା ଯାତ୍ରୀମାନଙ୍କୁ ଚକିତ କରିଦେଇଛି।

Omkar Vasthu
Omkar Vasthu

ଆଲିଗଡ ଜିଲ୍ଲାର ସୋମନାଥ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୩ରେ ଏହି ଦୁର୍ଘଟଣା ଘଟିଥିଲା । ନୀଳାଚଳ ଏକ୍ସପ୍ରେସ ଟ୍ରେନର ଦ୍ୱିତୀୟ କୋଚର ୧୫ ନମ୍ବର ସିଟରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ସହ ଏହି ଦୁର୍ଘଟଣା ଘଟିଛି। ମୃତ ଯାତ୍ରୀ ସୁଲତାନପୁରର ବାସିନ୍ଦା ବୋଲି କୁହାଯାଉଛି। ତାଙ୍କ ନାମ ହୃଷିକେଶ ଦୁବେ।

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁଯାୟୀ, ଆରପିଏଫ, ସିଆରପିଏଫ ଏବଂ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ କରାଇଛନ୍ତି। ଆରପିଏଫ ସି କେପି ସିଂ କହିଛନ୍ତି ଯେ ଆଜି ନିଳାଚଳ ଏକ୍ସପ୍ରେସ ସକାଳ ପ୍ରାୟ ୯ଟା ୩୦ ମିନିଟ୍ ବେଳେ ସୋମନାଥ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୩ରୁ ଛାଡୁଥିଲା। ଏହି ସମୟରେ ଜଣାପଡିଥିଲା ଏକ ଲୁହା ରଡ୍ କାଚ ଭାଙ୍ଗି ପଶିଯାଇଥିଲା । ଯାହା ସିଟ୍ ନମ୍ବର ୧୫ରେ ବସିଥିବା ଯାତ୍ରୀଙ୍କ ବେକରେ ପଶିଯାଇଥିଲା। ଲୁହା ରଡଟି ଯାତ୍ରୀର ବାମ ପାର୍ଶ୍ୱ ଦେଇ ପଶିଯାଇଥିଲା। ଏହି କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

Udyog Nursery
Udyogi Nursery

ପରେ ଅନ୍ୟଯାତ୍ରୀ ରେଳ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ମୃତଦେହକୁ ଜିଆରପି ଦ୍ୱାରା ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ରେଳ ଅଧିକାରୀ ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ରହିଛି। ଏ ବିଷୟରେ ଅଧିକ ବିବରଣୀ ମଗାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.