ପ୍ରାଥମିକ ଶିକ୍ଷକ ଏକ୍ସ କେଡରଙ୍କ ବିଭିନ୍ନ ଦଫା ଦାବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବ୍ଲକରେ କାର୍ଯ୍ୟରତ ଏକ୍ସ କେଡ଼ର ପ୍ରାଥମିକ ଶିକ୍ଷକମାନେ ବିଭିନ୍ନ ଦାବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଥମେ ଏକ୍ସ କେଡ଼ର ପ୍ରାଥମିକ ଶିକ୍ଷକମାନେ ସ୍ଥାନୀୟ ମଙ୍ଗଳାମନ୍ଦିର ଠାରେ ଏକ ଜୁଟ ହୋଇ ଏକ ରେଲି ମାଧ୍ୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଏକ୍ସ କେଡ଼ର ଉଚ୍ଛେଦ, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ଓପିଏସ ଲାଗୁ କରିବା ଓ ବଞ୍ଚିତ ରହି ଯାଇଥିବା ଗଣ ଶିକ୍ଷକ ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯିବା ଭଳି ଦାବୀ ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.