ଗୋଲାମୁଣ୍ଡାଠାରେ ଗୋଷ୍ଠୀ ଅନ୍ତନିର୍ବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଶରରେ ଗୋଷ୍ଠୀ ଅନ୍ତନିର୍ବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ସମ୍ମାନିତ ଅତିଥି ସ୍ଥାନୀୟ ଷ୍ଟେଟବ୍ୟାଙ୍କର ମ୍ୟାନେଜର ବାଲ୍ମୀକି ପଣ୍ଡା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣି ନାଏକ, ଅବନୀ କୁମାର ପଣ୍ଡା ଓ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ପ୍ରମୁଖଙ୍କ ଉପସ୍ଥିତରେ ଏହି ଗୋଷ୍ଠୀ ଅନ୍ତନିର୍ବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଥିଲା । ଏହି ଗୋଷ୍ଠୀ ଅନ୍ତନିର୍ବେଶୀ ଶିକ୍ଷା ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.