ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସ୍ତରୀୟ ସୁନାମଧନ୍ୟ ଫୁଟବଲ ରେଫରୀ ସନ୍ତୋଷାନନ୍ଦ ନାୟକଙ୍କୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଦେବଗିରି କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯାଇଛି। ୧୯୯୯ ମହିହାରୁ ପିଇଟି ଶିକ୍ଷକ ଭାବେ ଜୟପାଟଣା ବ୍ଲକର ବଡ଼ପୁଜାରୀଗୁଡ଼ା ହାଇସ୍କୁଲରୁ ନିଜର କର୍ମମୟ ଜୀବନ ଆରମ୍ଭ କରି ଦୁର୍ଗମ ବାରବନ୍ଧା ହାଇସ୍କୁଲରେ କ୍ରିଡାର ବିକାଶ କରାଇଥିଲେ। ସଂପ୍ରତି ତୁଳାପଡା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଥିବା ସନ୍ତୋଷାନନ୍ଦ ରାଜ୍ୟ ଫୁଟବଲ ଏସୋସିଏସନ୍, ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ, ଜୁନିୟର ରେଡ଼କ୍ରସ୍ ସୋସାଇଟି ସ୍କାଉଟ ଶିକ୍ଷକ ତଥା ଏନ୍ଏସିର ଗୁରୁ ଦାୟିତ୍ୱ ତୁଲାଇଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ କ୍ରୀଡ଼ା ପରିଚାଳନା କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ସନ୍ତୋଷାନନ୍ଦ ନାୟକଙ୍କୁ ଦେବଗିରି କ୍ରିଡ଼ା ସମ୍ମାନରେ ସମ୍ମାନୀତ କରିଥିଲେ।





