ସୁଙ୍ଗେର ଗ୍ରାମରେ ବୋମା ଉଦ୍ଧାର ପରେ ନିଷ୍କ୍ରିୟ ପ୍ରସଙ୍ଗ: ୬ଜଣ ନକଲି ନକ୍ସଲ ଗିରଫ, ୪ଟି ମୋବାଇଲ୍ ଜବତ୍‌

୪୮ଘଂଟାରେ ରାୟଗଡା ଜିଲ୍ଳା ପୋଲିସକୁ ସଫଳତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପୋଲିସ ପ୍ରଶାସନକୁ ମିଳିଛି ସଫଳତା । ନକ୍ସଲ ନାମରେ ଜଣଙ୍କୁ ଧମକ ଦେଇ ୫ଲକ୍ଷ ଟଙ୍କା ଦାବି କରିବା ସହ ତାଙ୍କ ଘରେ ୭ଟି ବୋମା ଖଂଜି ଦେଇ ଜୀବନରେ ମାରି ଦେବାର ଧମକ ମାମଲାର ୪୮ଘଂଟା ମଧ୍ୟରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ତତ୍ୱାବଧାନରେ ଘଟଣାରେ ସଂପୃକ୍ତ ୬ଜଣ ନକଲି ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛନ୍ତି ପୋଲିସ ଟିମ୍ । ଏ ନେଇ ଆଜି ରାୟଗଡା ଜିଲ୍ଳା ପୋଲିସ କାର୍ଯ୍ୟାଳୟରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ୬ଜଣ ଗିରଫ ହୋଇଥିବା ନେଇ ପ୍ରେସ୍ ବିବୃତି ପ୍ରଦାନ କରିଛନ୍ତି । ଜିଲ୍ଳା ଏସ.ପି.ଶ୍ରୀ ଶର୍ମାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ ଡିସେମ୍ବର ୭ତାରିଖ ଦିନ ରାୟଗଡା ଜିଲ୍ଳା କାଶିପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗ୍ରାମର ଜଣଙ୍କ ଘର ଛାତ ଉପରେ ଘଡି ସଂଯୁକ୍ତ ହୋଇଥିବା ଟାଇମର ବୋମା ରଖାଯାଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଜଣଙ୍କ ନିଜକୁ ନକ୍ସଲର ପରିଚୟ ଦେଇ ୫ଲକ୍ଷ ଟଙ୍କା ଦାବି କରିବା ସହ ଟଙ୍କା ନ ଦେଲେ ଜୀବନରେ ମାରି ଦେବାର ଧମକ ଦେଇଥିଲେ । ଘଟଣାକୁ ନେଇ ଘର ମାଲିକ ତୁରନ୍ତ କାଶିପୁର ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ କାଶିପୁର ଥାନା ପୋଲିସ ପଂହଚି ସ୍ଥାନୀୟ ଅଂଚଳରୁ ଲୋକଙ୍କୁ ଖାଲି କରିଥିଲେ । ପରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଘଟଣା ସ୍ଥଳରେ ପଂହଚି ଘଟଣାର ଅନୁଧ୍ୟାନ କରିଥିବା ବେଳେ ବୋମା ନିଷ୍କ୍ରିୟକାରୀ ଦଳ,ସିଆରପିଏଫ,ସନ୍ଧାନୀ କୁକୁର,ଡିଭିଏଫ ସୁରକ୍ଷା ବଳ ପଂହଚିଥିଲେ । ସେଠାରେ ବୋମା ସହ ସଂଲଗ୍ନ ହୋଇଥିବା ୨୦୦ଗ୍ରାମ ଓଜନ ବିଶିଷ୍ଠ ୫ଟି ଜିଲେଟିନ୍‌,୧୦ଟି ଇଲେକ୍ଟ୍ରନିକ୍ କର୍ମସିଆଲ ଡିଟୋନେଟର,୫ମିଟର ଇଲେକ୍ଟ୍ରିକ୍ ତାର ଜବତ କରି ଉଦ୍ଧାର କରାଯାଇଥିବା ବୋମାକୁ ନିଷ୍କ୍ରିୟ କରିଥିଲେ । ଘଟଣାକୁ ନେଇ କାଶିପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ଜିଲ୍ଳା ଏସ.ପି. ଶ୍ରୀ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଏସଡିପିଓ ଦିବ୍ୟଜ୍ୟୋତି ଦାଶ ଓ କାଶିପୁର ଥାନା ଅଧିକାରୀ ପଦ୍ମା ମୁଥୁଙ୍କ ନେତୃତ୍ୱରେ ୪ଟି ପୋଲିସ ଟିମ୍ ଗଠନ କରାଯାଇଥିଲା । ତଦନ୍ତ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ଓ କଳାହାଣ୍ଡି ଜିଲ୍ଳା ସୀମାନ୍ତବର୍ତୀ ଅଂଚଳରୁ ଘଟଣାରେ ସଂପୃକ୍ତ ୬ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ୪ଟି ମୋବାଇଲ,ସିଲିଣ୍ଡର,ଡିଜିଟାଲ ଘଡି ଜବତ କରାଯାଇଥିବା ବେଳେ ୪୮ଘଂଟା ମଧ୍ୟରେ ତଦନ୍ତ ସାରି ୬ଜଣ ନକଲି ନକ୍ସଲକୁ ଗିରଫ କରାଯାଇ ପାରିଥିଲା ବୋଲି ଏସ.ପି.ଶ୍ରୀ ଶର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦିବ୍ୟଜ୍ୟୋତି ଦାଶ ଓ କାଶିପୁର ଥାନା ଅଧିକାରୀ ପଦ୍ମା ମୁଥୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.