ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ବିଜୟ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ହାଇସ୍କୁଲ ଖେଳ ପଡିଆ ଠାରେ ବିଜୟ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରାଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ସମ୍ମାନିତ ଅତିଥି କୁଟ୍ରୁଖମାର ସରପଞ୍ଚଙ୍କ ପ୍ରତିନିଧି କରୁଣା ଚଣ୍ଡୀ, ସମିତିସଭ୍ୟ ଜଗମୋହନ ମାଝୀ ପ୍ରମୁଖ ଉପସ୍ଥିତ ସହିଦ ଯବାନ ମାନଙ୍କ ଉଦେଶ୍ୟରେ ୨ ମିନିଟ ନିରବ ପ୍ରାଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଯୁବଗୋଷ୍ଟି ସାମିଲ ହୋଇ କାଣ୍ଡେଲ ମାର୍ଚ୍ଚ ସହ ଶପଥ ପାଠ ମଧ୍ୟ କରିଥିଲେ। ଏହି ଦିବସକୁ ବିପୁଳ ମାତ୍ର ରେ ପ୍ରଚାର ପ୍ରସାର କରିବା ଆମର କର୍ତ୍ତବ୍ୟ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସ୍ବେଛାସେବୀ ଯଶୋବନ୍ତ ରଣା ମଞ୍ଚ ପରିଚାଳନା କରିଥିବାବେଳେ  ଧ୍ରୁବ ନାଏକ, ମୋହନ ଗହୀର, ଭଗବାନ ଗଉଡ଼ ପ୍ରମୁଖ ସହଯୋଗ କରିଥିଲେ।
ଏଠାରେ ପ୍ରକାଶଯୋଗ୍ୟ ଯେ, ୧୯୭୧ ମସିହାରେ ପାକିସ୍ତାନକୁ ପରାଜିତ କରି ବିଜୟୀ ଲାଭ କରିଥିଲେ ଭାରତୀୟ ସେନା। ସେହି ସମୟରେ ପାକିସ୍ତାନର ୯୩ ହଜାର ସୈନିକ ଭାରତର ଯବାନ ମାନଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲେ। ଏହି ବିଜୟକୁ ମନେ ରଖିବାପାଇଁ  ପ୍ରତିବର୍ଷ ବିଜୟ ଦିବସ ପାଳନ କରାଯାଇଥାଏ। 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.