କଳାହାଣ୍ଡି ଜିଲ୍ଲା କୁଲତା ସମାଜର ପୂର୍ବତନ ସଭାପତି ସ୍ବର୍ଗତ ତ୍ରିଲୋଚନ ପଧାନଙ୍କ ସ୍ମୃତିରେ ଭୂମିଦାନ କଲେ ପୁଅ ଅଶୋକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା କୁଲତା ସମାଜର ପୂର୍ବତନ ସଭାପତି ଦିବଂଗତ ତ୍ରିଲୋଚନ ପଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ସୁପୁତ୍ର ଅଶୋକ କୁମାର ପଧାନ ଆଜି କୁଲତା ସମାଜର ଜିଲ୍ଲା, ଆଞ୍ଚଳିକ ତଥା ଗ୍ରାମ୍ୟ କମିଟି ଭାନପୁରର ଉପସ୍ଥିତିରେ ୬ ଡିସିମିଲ ଜମି ଦାନ କରିଛନ୍ତି। ରାଜ୍ୟ ରାଜପଥ ପାର୍ଶ୍ବକୁ ଲାଗି ରହିଥିବା ଏହି ଜମିକୁ ସରକାରୀ ନିୟମାନୁଯାୟୀ କଳାହାଣ୍ଡି କୁଲତା ସମାଜକୁ ହସ୍ତାନ୍ତର କରିଛନ୍ତି ଶ୍ରୀ ପଧାନ। ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ଜମିର ଚିହ୍ନଟ କରି ସମାଜକୁ ଜମିର ଦଲିଲ ପ୍ରଦାନ କରିଥିବା ଜଣାପଡିଛି। ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ବିଜୟ କୁମାର ଭୋଇ, ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଧାନ, ନର୍ଲା ଆଞ୍ଚଳିକ କମିଟିର (ଘ) ର ସଭାପତି ଦେଶରାଜ ଗଡତିଆ, ସମ୍ପାଦକ ତପନ ପଧାନ, ଭାନପୁର ଗ୍ରାମ୍ୟ କମିଟି ସଭାପତି ଉଦିତ ନାରାୟଣ ପଧାନ, ସମ୍ପାଦକ ଧିରୋଜ ପଧାନ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନିକଟରେ ଉକ୍ତ ଜମିରେ ଏକ ଭବନ ନିର୍ମାଣ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସଭାପତି ଶ୍ରୀଯୁକ୍ତ ଭୋଇ ପ୍ରକାଶ କରିଛନ୍ତି। ଏହାକୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ସମାଜର ବରିଷ୍ଠ ସଦସ୍ୟ କପାଳୀ ପଧାନ। ପୂର୍ବତନ ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ଜମିଦାନ କରିବା ଜଣାପଡିବା ପରେ କୁଲତା ସମାଜରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.