ସିଲେଟ୍ ଗ୍ରାମରେ “ଗାଁ ସ୍ବାସ୍ଥ୍ୟ ପୋଷଣ ଘର” ଉଦଘାଟିତ

ଓଡ଼ିଆ ବାର୍ତ୍ତା / ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହେଉଛି। ଦୁର୍ଗମ ଇଲାକାକୁ ସରକାରଙ୍କ ସ୍ବାସ୍ଥ୍ୟ ସେବା ଠିକ୍ ଭାବରେ ପହଞ୍ଚି ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବେସରକାରୀ ସଂସ୍ଥା ଗୁଡିକ ଥୁଆମୂଳ ରାମପୁର ବ୍ଳକରେ ଲୋକଙ୍କର ସ୍ବାସ୍ଥ୍ଯ ସେବା ଯୋଗାଇ ଦେବା ପାଇଁ ଆଗେଇ ଆସୁଛନ୍ତି। କାଣିଗୁମାରେ ଥିବା ସ୍ବାସ୍ଥ୍ୟ ସ୍ଵରାଜ ସୋସାଇଟି କେରପାଇ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ବାରା ଦୁର୍ମମ ଅଞ୍ଚଳ ବସବାସ କରୁଥିବା ଲୋକଙ୍କୁ ସେବା ଯୋଗାଇ ଆସୁଅଛି। ସେହିଭଳି ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସିଲେଟ୍ ଗ୍ରାମପଞ୍ଚାୟତ ଠାରେ ଏକ ଗାଁ ସ୍ବାସ୍ଥ୍ୟ ପୋଷଣ ଘର ନାମକ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଂସ୍ଥାର ନିର୍ଦ୍ଦେଶକ ଡାକ୍ତର ଆକ୍ଯୁନେସ୍ ଆଡସାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଥୁଆମୂଳ ରାମପୁର ତହସିଲଦାର ଇଶ୍ଵର ଚନ୍ଦ୍ର ଦାସ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷା ଅଧିକାରୀ ଲୋକନାଥ ବେହେରା, ସ୍ଥାନୀୟ ସମିତି ସଭ୍ଯ ବିପିନ ନାଏକ, ସରପଞ୍ଚ ସୁକାନ୍ତି ମାଝୀ, ସରପଞ୍ଚ ଅଞ୍ଜଳି ମାଝୀ, ନିଳାଞ୍ଚଳ ନାଏକ, ହରିମାଝୀ, ଧୋବା ନାଏକ ପ୍ରମୁଖ ଯୋଗଦେଇଥିଲେ। ଉଦଘାଟନି ଉତ୍ସବ କାର୍ଯ୍ଯକ୍ରମକୁ ଆୟୋଜକ ସଂସ୍ଥାର ଉପନିର୍ଦ୍ଦେଶକ ଡାକ୍ତର ବିଶ୍ବ ଜଗନ୍ନାଥ ପରିଚାଳନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.