କଳାହାଣ୍ଡି ୱାରିୟର୍ସ ଅର୍ଗାନାଇଜେସନର ମହତ କାମ, ରକ୍ତଦାନ କରି ବଞ୍ଚାଇଲେ ରୋଗୀଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ବର୍ଦ୍ଧମାନ ଜୈନ): ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚହଗାଁର ରୋଗୀ ଗଣେଶରାମ ସାହୁଙ୍କୁ ‘ଓ’ ପଜିଟିଭ ଏବଂ ଧର୍ମଗଡ ବ୍ଲକ ବଡ଼ଫୁରଳା ଗାଁର ରୋଗୀ ଚଉବନ ଶବରଙ୍କୁ ‘ଏବି’ ପଜିଟିଭ ରକ୍ତର ନିତ୍ୟାନ୍ତ ଜରୁରୀ ଥିଲା। ଏହି ରୋଗୀମାନଙ୍କ ସଂପର୍କୀୟମାନେ ଏବିଷୟରେ କଳାହାଣ୍ଡି ୱାରିୟର୍ସ ଅର୍ଗାନାଇଜେସନକୁ ଜଣାଇଥିଲେ। ସଂଗଠନର କାର୍ଯ୍ୟକର୍ତ୍ତା ସାଙ୍ଗେ ସାଙ୍ଗେ ରୋଗୀମାନଙ୍କ ପାଖକୁ ପହଞ୍ଚିଥିଲେ। ସେଠାରେ ରକ୍ତଦାତା ଭୂପିନ୍ଦ୍ର ଭୋଇ ଏବଂ ପ୍ରେମଲାଲ ଗଉଡ଼ ରକ୍ତଦାନ କରିଥିଲେ। ଏଥିରେ ଅର୍ଗାନାଇଜେସନର କାର୍ଯ୍ୟକର୍ତ୍ତା ରାଜେଶ ଗୌଡ଼, ନୀଳକଣ୍ଠ ପୁଞ୍ଜି, ସରୋଜ କୁମାର ମହନ୍ତ, ଗଣେଶ ଶବର ଓ ଝରଣା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.