ଡୋକରୀ ଚଞ୍ଚରା ଉନ୍ନୟନ କାର୍ଯ୍ୟ ତଦାରଖ କଲେ କୋକସରା ବିଡ଼ିଓ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଲିଗଡ଼ ସାହାଯଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା କୁ ଶନିବାର କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି। ତାଙ୍କ ସହିତ ଧର୍ମଗଡ଼ ରେଞ୍ଜର ଭବାନି ଶଙ୍କର କଅଁର, ଆର୍ଚିଟେକ ଶିବାନୀ ସାହୁ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ପ୍ରମୁଖ ଉପସ୍ଥିତ ରହି ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ ସମିତିର କର୍ମକର୍ତ୍ତା ସହିତ ପର୍ଯ୍ୟଟନ ସ୍ଥଳୀର ବିଭିନ୍ନ ସ୍ଥାନକୁ ବୁଲି ପ୍ରତ୍ୟକ୍ଷ ଭାବେ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଉନ୍ନୟନ ସମିତି ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟିର ସ୍ଥାୟୀ ସଭାପତି ଭଦ୍ରେଶ୍ବର ପାତ୍ର ସଭାପତିତ୍ବ କରିଥିଲେ। ପ୍ରଥମେ ଅନୁଷ୍ଠାନ ତରଫରୁ ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ବର୍ଗତ ସମ୍ଭୁ ପ୍ରସାଦ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଘନଶ୍ୟାମ ନାଏକ ବିବରଣୀ ଓ କାର୍ଯ୍ୟସୂଚୀ ପ୍ରଦାନ କରିଥିଲେ। ତତ ସହିତ ନୂତନ ବର୍ଷର ପ୍ରଥମ ମଙ୍ଗଳବାର ୩ ଜାନୁଆରୀ ୨୦୨୩ ରେ ମଣ୍ଡେଇ ଉତ୍ସବ ପାଳନ ନିମନ୍ତେ ସୂଚନା ଦେଇଥିଲେ। ଅନୁଷ୍ଠାନ ର ଉପ ସଭାପତି ଅଇରୀ ନାଶନ ଚିନ୍ଦା ସମସ୍ତ ପିଠସ୍ଥଳୀର ଅସୁବିଧାର ସମାଧାନ ଏବଂ ସ୍ବଚ୍ଛତା ଉପରେ ମତ ପ୍ରଦାନ କରିଥିଲେ। ସମସ୍ତେ ଜଙ୍ଗଲ ସୂରକ୍ଷା, ବଣଭୋଜି ଆସୁଥିବା ସମସ୍ତ ଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଜଙ୍ଗଲ ବିଭାଗ ଦ୍ଵାରା ନିର୍ମାଣ ହେଉଥିବା ସମସ୍ତ କାର୍ଯ୍ୟରେ ଉନ୍ନୟନ ସମିତି ସହିତ ସମନ୍ବୟ ରକ୍ଷା କରିବା ପାଇଁ ବିଡ଼ିଓ ବାଗ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ କେଉଁ କେଉଁ କାର୍ଯ୍ୟ କରାଯିବ ସେ ନେଇ ଏକ ପ୍ରସ୍ତାବ ସରକାର ଙ୍କୁ ଯୋଗେଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ସୁଧିର ପାତ୍ର, ସୁରେଶ ଅଗ୍ରୱାଲ, ସହ ସମ୍ପାଦକ ମଧୁବନ ପାତ୍ର, ନିଲାମ୍ବର ନାଏକ, ରାଜେନ୍ଦ୍ର ନାଏକ, ପ୍ରମୋଦ କୁମାର ପ୍ରଧାନୀ, ମହେନ୍ଦ୍ର ନେଗୀ, ବିଶ୍ଵନାଥ ପଟ୍ଟନାୟକ, ଚକାଡୋଳା ପାତ୍ର, ଜତିନ ମାଝୀ, ସଞ୍ଜୟ କୁମାର ସିଙ୍ଗଲ, ପବିତ୍ର ନାଏକ, ଚିତ୍ରସେନ ପାତ୍ର ସମେତ ଉନ୍ନୟନ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.