ରାବଣଗୁଡା ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ

କଳାହାଣ୍ଡି,୧୫/୪ : ଧର୍ମଗଡ଼ ବ୍ଲକ ରାବଣଗୁଡା ଠାରେ ଅଷ୍ଟ ପ୍ରହର ନାମଯଜ୍ଞ କମିଟି ତରଫରୁ ୧୪ବର୍ଷ ତମ ଅଷ୍ଟପ୍ରହରୀ ନାମଯଂଜ୍ଞ ସମାପନ ହୋଇଯାଇଛି । ଅଧିବାସ ଦିନ କାହାଳମୁଣ୍ଡା ଜୋରରୁ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇ କଳସ ଯାତ୍ରା ରେ ଯୋଗ ଦେଇ ଯଜ୍ଞ ମଣ୍ଡପ ପାଖକୁ ଆଣିଥିଲେ । ନାମଯଜ୍ଞରେ ଛଅ ଗୋଟି ସଂକୀର୍ତ୍ତନ ଦଳକୁ ନିମନ୍ତ୍ରଣ କରାଯାଇଥିଲା । ବହୁ ସଂଖ୍ୟାରେ ଗ୍ରାମ ତଥା ପଡୋଶୀ ଗ୍ରାମର ଶ୍ରଦ୍ଧାଲୁ ଭକ୍ତ ମାନେ  ରାମନାମ ଶ୍ରବଣ କରିଥିଲେ ।

ନାମ ଯଜ୍ଞ ପୂର୍ଣ୍ଣାହୁତି ଦିନ ଦଧିହାଣ୍ଡିକୁ ନଗର ପରିକ୍ରମା କରାଇ ମଧ୍ୟାହ୍ନରେ ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ନାମଯଜ୍ଞ ପରିଚାଳନା ପାଇଁ ସଭାପତି ତ୍ରିପାଲ ଗୋପାଳ ସମ୍ପାଦକ ଅଶ୍ଵିନୀ କୁମାର ଗୋପାଳ କୋଷାଧକ୍ଷ ବିରଞ୍ଚି ଗୋପାଳ ଭଣ୍ଡାର ରକ୍ଷକ ଭାବେ ଧବଳେଶ୍ୱର ଗୋପାଳ କାର୍ଯ୍ୟ ନିର୍ବାହ କରିଥିବାବେଳେ ଗ୍ରାମବାସି ମାନେ ନାମଯଜ୍ଞ କାର୍ଯ୍ୟରେ ସହଯୋଗ କରି ଥିଲେ

ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.