କାଣ୍ଡେଲ ଯୁବ ଯାଦବ ସମାଜ ଗଠନ: ଦୁର୍ଯୋଧନ ଗଉଡ ସଭାପତି, ଶ୍ରୀକୃଷ୍ଣ ଗଉଡ ଉପସଭାପତି, ବିକ୍ରମ ଗଉଡ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାକୁ ଅଧିକ ବ୍ୟାପକ ଓ ତୃଣମୂଳ ସ୍ତରରେ ସୁସଂଗଠିତ କରିବା ଲକ୍ଷ୍ୟରେ ବ୍ଲକ, ଆଞ୍ଚଳିକ ଏବଂ ଗ୍ରାମ୍ୟ କମିଟି ସବୁ ଗଠିତ ହେଉଛି। ଏହି କ୍ରମରେ କାଣ୍ଡେଲ ଯୁବ ଯାଦବ ସମାଜ ଗଠନ ହୋଇଯାଇଛି। ଏନେଇ କେସିଙ୍ଗା ବ୍ଲକ କାଣ୍ଡେଲ ସୋଲାର ପ୍ଲାଣ୍ଟ ପାଖ ଆମ୍ବତୋଟାଠାରେ ଏକ ବୈଠକ ଆୟୋଜିତ ହୋଇଥିଲା। କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜର କାର୍ଯ୍ୟକାରୀ ସଭାପତି ରମାକାନ୍ତ ଗଉଡ ମୁଖ୍ୟ ଅତିଥି ଏବଂ ଆଞ୍ଚଳିକ ସାଧାରଣ ସଂପାଦକ ତ୍ରିପୁର ନାୟକ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ରହି ଯୁବ ଯାଦବ ସଂଗଠନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ସମାଜ ସଂସ୍କାର, ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ଅଗ୍ରଗତି ଏବଂ ଆଗକୁ ହେବାକୁ ଥିବା ଯାଦବ ଜନଗଣନା ବିଷୟରେ ଆଲୋକପାତ କରିଥିଲେ। ସର୍ବସମ୍ମତିକ୍ରମେ କାଣ୍ଡେଲ ଯୁବ ଯାଦବ ସମାଜ ସଭାପତି ଭାବେ ଦୁର୍ଯୋଧନ ଗଉଡ, ଉପସଭାପତି ଭାବେ ଶ୍ରୀକୃଷ୍ଣ ଗଉଡ, ସଂପାଦକ ଭାବେ ବିକ୍ରମ ଗଉଡ, ସହ ସଂପାଦକ ଭାବେ କୁସୁମାଞ୍ଜଳ ଗଉଡ ଓ କୋଷାଧ୍ୟକ୍ଷ ଭାବେ ନବୀନ ଗଉଡ ମନୋନୀତ ହୋଇଥିଲେ। ଏହି ସଂଗଠନର ଉପଦେଷ୍ଟା ମଣ୍ଡଳୀରେ ମନୋହର ବାଗ, ଦୀନବନ୍ଧୁ ଗଉଡ, ଦାମୋଦର ଗଉଡ, ଗୋବିନ୍ଦ ଗଉଡ, ଉଦ୍ଧବ ଗଉଡ ପ୍ରମୁଖ ରହିଛନ୍ତି। କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜର ବଳିଷ୍ଠ ନେତୃତ୍ବ ବଳରେ କାଣ୍ଡେଲ ଗ୍ରାମର ଶତାଧିକ ଯୁବ ଯାଦବ ମାନଙ୍କୁ ନେଇ ଏହି ସଂଗଠନ ଗଠନ କରାଯାଇଛି। ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାମାନେ ଯୁବ ଯାଦବ ମହାସଭା କଳାହାଣ୍ଡି , ବ୍ଲକ ଯାଦବ ସମିତି କେସିଙ୍ଗା ତଥା କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜର ସମସ୍ତ ନିୟମ ଏବଂ ଉପଦେଶ ମାନି ଚଳିବୁ ବୋଲି ପ୍ରତିଶୃତି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.