ଅନଲାଇନରେ ସରିଗଲା ଭାରତ-ୱେଲ୍ସ ମ୍ୟାଚ୍ ଟିକେଟ୍: କ୍ରୀଡ଼ାପ୍ରେମୀ ନିରାଶ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍ ହକିର ସବୁ ମ୍ୟାଚ୍ । ଯେଉଁଥିପାଇଁ ଆଜିଠୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ଅଫଲାଇନ୍ ଟିକେଟ୍ ବିକ୍ରି ହୋଇଛି । ତେବେ ୧୯ ତାରିଖରେ ଭାରତ-ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଖେଳିବ । ଗ୍ରାହକଙ୍କ ଅଭିଯୋଗ ଅନୁସାରେ, ଭାରତ-ୱେଲ୍ସ ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ ମିଳୁ ନାହିଁ । ଅଧିକାରୀଙ୍କ କହିବା ଅନୁସାରେ, ଅନଲାଇନରେ ଭାରତ-ୱେଲ୍ସ ମ୍ୟାଚର ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଛି । ଯାହାକୁ ନେଇ କ୍ରୀଡ଼ାପ୍ରେମୀ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, କଳିଙ୍ଗ ଷ୍ଟାଡିୟମରେ ୧୫ ହଜାର ଦର୍ଶ ବସି ପାରିବେ । କିଭଳି ଅନଲାଇନରେ ସବୁ ଟିକେଟ୍ ବିକ୍ରି ହୋଇଗଲା । ଅଫଲାଇନ୍ ପାଇଁ କାହିଁକି ଟିକେଟ୍ ରଖାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ହକି ବଶ୍ୱକପ୍ ଟିକେଟ୍ ପାଇଁ ସୋମବାର ସକାଳୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ କ୍ରୀଡ଼ାପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଥିଲା । ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ହକି ମହାକୁମ୍ଭର ଫାଇନାଲ୍ ମ୍ୟାଚ୍ ଜାନୁଆରୀ ୨୯ରେ ଭୁବନେଶ୍ୱରରେ ଖେଳାଯିବ । ବିଶ୍ୱକପରେ ୧୬ଟି ଦଳକୁ ୪ଟି ପୁଲରେ ବିଭକ୍ତ କରାଯାଇଥିବା ବେଳେ ଭାରତ ପୁଲ ସିରେ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.