କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର ଘୋଷିତ : ଦୁଇ ବର୍ଷ ପାଇଁ ପାଇବେ ଅଙ୍ଗୁରବାଳା ପରିଡ଼ା ଓ ମନୋଜ କୁମାର ମେହେର

ଜାନୁଆରୀ ୨୮ରେ ହେବ ୬ଷ୍ଠ ସ୍ମୃତି ଉତ୍ସବ–୨୦୨୩

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କାବ୍ୟ କବିତା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଯୁବପିଢିର ଦୁଇ ପ୍ରତିଭାବାନ କବି ଅଙ୍ଗୁରବାଳା ପରିଡ଼ା (ଜନ୍ମ ୧୯୭୨) ଏବଂ ମନୋଜ କୁମାର ମେହେର(ଜନ୍ମ ୧୯୭୩) ଯଥାକ୍ରମେ ୨୦୨୨ ଏବଂ ୨୦୨୩ ବର୍ଷ ପାଇଁ ‘କବି ଚନ୍ଦ୍ର କୁମାର ମହାନ୍ତି ଯୁବପ୍ରତିଭା କବିତା ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସ୍ମୃତି କମିଟି ପକ୍ଷରୁ ଏକ ବିବୃତିରେ କୃଷ୍ଣ କୁମାର ମହାନ୍ତି ଜଣାଇଛନ୍ତି। ଆଗାମୀ ୨୮ ତାରିଖ ବାଲେଶ୍ବର ସ୍ଥିତ ଆତିଥ୍ୟ ଭବନରେ ଅନୁଷ୍ଠିତ ହେବାକୁ ଥିବା ୬ଷ୍ଠ ସ୍ମୃତି ଉତ୍ସବରେ ଏହି ସମ୍ମାନ ଅର୍ପଣ କରାଯିବ।

Omkar Vasthu
Omkar Vasthu

ଅଙ୍ଗୁରବାଳା ପରିଡ଼ା ଏବଂ ମନୋଜ କୁମାର ମେହେର ଓଡ଼ିଆ କବିତାର ଜଣେ ଜଣେ ପ୍ରତିଶ୍ରୁତିବଦ୍ଧ କବି ଭାବରେ ସ୍ବୀକୃତ ଅଟନ୍ତି। କବିତା ସର୍ଜନା କ୍ଷେତ୍ରରେ ଉଭୟେ ସକ୍ରିୟ ଅଛନ୍ତି। ଅଙ୍ଗୁରବାଳା ସାମାଜିକ ପ୍ରତିବଦ୍ଧତା ସାଙ୍ଗକୁ ସମ୍ପର୍କ ଓ ସମାଜର ସହାବସ୍ଥାନକୁ ନେଇ କବିତା ଲେଖୁଥିବା ବେଳେ ମନୋଜ ଗଦ୍ୟଶୈଳୀର କବିତା ଲେଖି ନୂଆ କାବ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ଉଭୟେ ଏକାଧିକ କବିତା ସଂକଳନର ସ୍ରଷ୍ଟା।
କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତିରେ ୨୦୧୮ ମସିହା ଠାରୁ ୫୦ବର୍ଷ ବୟସ ସୀମା ପାଖାପାଖି ଜଣେ ଯୋଗ୍ୟ ଯୁବ ପ୍ରତିଭାଙ୍କୁ ମନୋନୀତ କରାଯାଇ ଏହି ସ୍ମୃତି ସମ୍ମାନ ପ୍ରଦାନ କରାଯିବାକୁ ସ୍ମୃତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଏ ସମ୍ମାନ ପୂର୍ବ ବର୍ଷମାନଙ୍କରେ କବି ପ୍ରତୀକ୍ଷା ଜେନା, ସରୋଜ ବଳ, ଶୁଭଶ୍ରୀ ଲେଙ୍କା, କିଶୋର ପାଣିଗ୍ରାହୀ ଓ ଲିପିକା ଦାସ ପ୍ରମୁଖ ଗ୍ରହଣ କରିଛନ୍ତି। ଏ ଅବସରରେ ୨୦୨୨ ପାଇଁ ଅଙ୍ଗୁରବାଳା ଓ ୨୦୨୩ ପାଇଁ ମନୋଜ କୁମାରଙ୍କୁ ଏହି ସମ୍ମାନର ବିଜେତା ଘୋଷଣା କରାଯାଇ ସ୍ମୃତି କମିଟି ପକ୍ଷରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

ଜାନୁଆରୀ ୨୮, ୨୦୨୩ ଦିନ ହେବାକୁଥିବା ସ୍ମୃତି ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ଆଇପିଏସ୍‌ ଅଧିକାରୀ ଚନ୍ଦ୍ର ଶେଖର ହୋତା, ଓଡ଼ିଶା ସାହିତ୍ୟ ଏକାେଡ଼ମୀ ସଦସ୍ୟ ତଥା ସୁଲେଖକ, ପ୍ରଫେସର ସନ୍ତୋଷ କୁମାର ନାୟକ, ପ୍ରାଧ୍ୟାପକ ଓ ସୁଲେଖକ, କୌଶିକ ଦାସ, ଫାଉଣ୍ତର ସିଇଓ, ‘ଆଓ ନେକ୍ସଷ୍ଟ’ ଓଡ଼ିଆ ଓ୍ବେବ୍ ଚେନାଲ୍ ପ୍ରମୁଖ ଯୋଗଦେଇ ପୁରସ୍କୃତ ପ୍ରତିଭାଙ୍କୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ମାନିତ କରିବେ ବୋଲି ସ୍ମୃତି ସଂସଦ ପକ୍ଷରୁ କୃଷ୍ଣ କୁମାର ମହାନ୍ତି, ଉତ୍ପଳ ମହାନ୍ତି, ରଂଜନ ବାଗ ଜଣାଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.