ଅତିଥିଙ୍କୁ ଖାଇବାକୁ ନ ଦେଇ କଠୋରିରେ ବନ୍ଦ କରି ଦିଅନ୍ତି ଏଠାକାର ଲୋକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅତିଥି ସତ୍କାରକୁ ଆମେ ପରମ୍ପରା ମାନୁ । ଘରକୁ କିଏ କୁଣିଆ ଆସିଲା ମାତ୍ରେ ଚା ପାଣିରୁ ନେଇ ଜଳଖିଆ ପ୍ରସ୍ତୁତିରେ ଲାଗି ପଡ଼ୁ । କିନ୍ତୁ ଦୁନିଆରେ ଏମିତି ବି ସ୍ଥାନ ରହିଛି ଯେଉଁଠି ଅତିଥି ସତ୍କାର ଅର୍ଥ ଆପଣ ବଡ଼ ଭୁଲ୍ କରି ଦେଲେ । ଏଇ ଯେମିତି ଆମେରିକାରେ ନୁଡୁଲ୍ସ ଖାଇବା ବେଳେ କଥା ହେବା ମନା । ଜାପାନରେ ନୁଡୁଲ ଖାଇବା ବେଳେ କିଛି ନ କହିବା ଅର୍ଥ ଖାଦ୍ୟ ଆପଣଙ୍କୁ ପସନ୍ଦ ଆସିଲାନି । ଏ ତ ଛୋଟ ଛୋଟ କଥା ।

କିନ୍ତୁ ୟୁରୋପିୟ ଦେଶ ସ୍କାଣ୍ଡିନାଭିଆ ଏ କ୍ଷେତ୍ରରେ ପୂରା ଅଲଗା । ଏଠି କେବଳ ପରିବାରର ଲୋକ ଏକାଠି ବସି ଖାଇଥାନ୍ତି । ଯଦି ଆପଣ ଭୁଲରେ କେବେ ଯାଉଛନ୍ତି ତ ଆପଣଙ୍କୁ ଭୋକ ଉପାସରେ ଫେରିବାକୁ ପଡ଼ିବ ।

ଉତ୍ତର ୟୁରୋପର ୩ ଦେଶ ନରୱେ, ଡେନମାର୍କ ଓ ସ୍ୱିଡେନକୁ ସ୍କାଣ୍ଡିନାଭିଆ କୁହାଯାଏ । ନିକଟରେ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସ୍ୱିଡିଶ୍ ସଂସ୍କୃତିର ଉପହାସ କରି କୁହାଯାଇଥିଲା ଖାଇବା ସମୟରେ କୌଣସି ସାଙ୍ଗଙ୍କ ଘରକୁ ଗଲେ ସାଙ୍ଗ ତାକୁ ଅନ୍ୟ ରୁମରେ ବସିବାକୁ ଖାଇବାକୁ ପଳାଇଲା ।

ଆଉ ଉକ୍ତ ପୋଷ୍ଟରେ ବହୁତ କମେଣ୍ଟ ମିଳିଥିଲା । ଏପରିକି ଟ୍ୱିଟରରେ ଟ୍ରେଣ୍ଡ କରିବାକୁ ଲାଗିଥିଲା ସ୍ୱିଡେନଗେଟ୍ । ଯେଉଁଥିରେ ଲୋକେ କହିଥିଲେ ସେମାନଙ୍କୁ ଆତିଥ୍ୟତା ପ୍ରଦାନ କରିବା ଆସେ ନାହିଁ ।

ତେବେ ଏହା ପଛରେ କାରଣ ରହିଛି । ସ୍କାଣ୍ଡିନାଭିଆରେ ରହୁଥିବା ପରିବାର ବହୁତ ଛୋଟ ହୋଇଥାଏ । ପ୍ରାୟତଃ ପରିବାରରେ ୪ ଜଣ ସଦସ୍ୟ ଥାନ୍ତି । ସମସ୍ତେ ଘରେ ହିଁ ଏକାଠି ଖାଇଥାନ୍ତି । ଯଦି କେହି ବାହାର ଲୋକ ସାଙ୍ଗରେ ଖାଏ ତ ସେମାନଙ୍କୁ ଖାଦ୍ୟ ସନ୍ତୁଷ୍ଟି ଦେଇ ନଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.