କଣ୍ଟାବାଞ୍ଜି ଜେଲରେ ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ଏକଦା ରାଜ୍ୟ ରାଜନୀତିକୁ ଦୋହଳାଇ ଦେଇଥିଲା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ। ତେବେ ଆଜି ଏହି ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁସାରେ କଣ୍ଟାବାଞ୍ଜି ଜେଲ୍ ପରିସର ରୋଷେଇ ଘର ପାର୍ଶ୍ୱ ଏକ ଗଛରେ ଗୋବିନ୍ଦ ସାହୁ ଗାମୁଛା ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Omkar Vasthu
Omkar Vasthu

ଏପଟେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ଆଜି ଏକ ପ୍ରେସ୍ ମିଟ୍ କରି ଏହି ଅଭିଯୋଗ କରିଛନ୍ତି। ଏହାଦ୍ୱାରା ମାମଲାରେ ନାଁ ଆସିଥିବା ତତ୍କାଳୀନ ମନ୍ତ୍ରୀ ତଥା ଜୁନାଗଡ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ ଚିଟ୍ ମିଳିଯିବ। ତେଣୁ ମମିତା ମେହେର ହତ୍ୟା ମାମଲା ଓ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶଯୋଗ୍ୟ ଯେ, ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁ ଏକମାତ୍ର ଅଭିଯୁକ୍ତ ଭାବେ ମାମଲା ଚାଲିଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରିବାର ଥିଲା। ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ସରିଥିଲା। ମମିତାଙ୍କ ପରିବାର ଲୋକେ ମଧ୍ୟ ସାକ୍ଷ୍ୟ ଦେଇସାରିଥିଲେ। ସେପଟେ ଗୋବିନ୍ଦ ସାହୁ କରିଥିବା ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.