ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି -ରାହୁଲ ଗାନ୍ଧୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାଣଣ୍ଟୁଛନ୍ତି ପ୍ରେମ, ସ୍ନେହ ଆଉ ସୌହଦ୍ଦ୍ୟପୂର୍ଣ ଭାବ । ବିଶେଷ କରି ଏହା ବିଜେପି ନେତାଙ୍କ ପାଇଁ ବୋଲି ବି କହୁଛନ୍ତି । ରାହୁଲ ନିଜେ କହିଛନ୍ତି ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି । ଟୁଇଟରରେ ରାହୁଲଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ରାହୁଲ କହିଛନ୍ତି, ‘ନଫରତ କି ବାଜାର ମେ ମୋହବ୍ବତ କୀ ଦୁକାନ ଖୋଲ ରହା ହୁଁ’ । ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ସେ ଏହି ଦୋକାନ ଖୋଲିଥିବା ଖୋଲାଖୋଲି ଭାବେ କହିଛନ୍ତି । ଭିଡିଓରେ ରାହୁଲ କହିଛନ୍ତ, ତୁମେ ମୋତେ ଘୃଣା କର, ମୋତେ ଗାଳି ଦିଅ । ଏସବୁ ଆପଣଙ୍କ ହୃ୍ଦୟର କଥା । ଆପଣଙ୍କ ବଜାର ଘୃଣାର । ମୋ ଦୋକାନ ପ୍ରେମର’ ବୋଲି କହିଛନ୍ତି । ଏ ପ୍ରେମର ଦୋକାନ ଖାଲି ତାଙ୍କର ନୁହେଁ, ଏହା ପୁରା ସଂଗଠନର ବୋଲି କହିଛନ୍ତି । ସେ ମହାତ୍ମାଗାନ୍ଧି, ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରି ନେତାଙ୍କ ନାଁ ନେଇ କହିଥିଲେ ଏ ସମସ୍ତେ ମୋହବ୍ବତର ଦୋକାନ ଖୋଲିଥିଲେ । ବିଜେପିର ସାଂପ୍ରଦାୟିକ ମନୋଭାବକୁ ଇଙ୍ଗିତ କରି କହିଥିଲେ, ରାସ୍ତାରେ ଯିବା ବେଳେ ଅନେକ ପ୍ରିୟ ମିତ୍ରଙ୍କ ସହ ସାକ୍ଷାତ ହୁଏ ଯେଉଁମାନଙ୍କ ବଜାର ଘୃଣା ଆଉ ନଫରତ । ଏମାନେ ବିଶେଷ କରି ବିଜେପିର ବୋଲି ସେ ନାଁ ନେଇ କହିଥିଲେ । ରାହୁଲଙ୍କର ଏହି ଭିଡିଓଟି ତାଙ୍କ ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି । ଏହା ଖୁବ ଭାଇରାଲ ହୋଇଛି । ୧୬ ଘଣ୍ଟା ତଳେ ସେ ଏହି ଭିଡିଓଟିକୁ ଟପ ଟୁ ପିନ କରିଛନ୍ତି । ଭଡିଓଟିକୁ ପ୍ରାୟ ୪୭୫ ହଜାର ଲୋକ ଦେଖିଥିବାବେଳେ ଏହାକୁ ୨୭୭୨ କମେଣ୍ଟ ୩୮ କେ ଲାଇକ ମିଳିଛି । ଏଥିସହିତ ଭିଡିଓଟି ୧୦.୩ କେ ରିଟୁଇଟ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.