କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ସମାରୋହ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ମହାସମାରୋହରେ କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।  ପରିଚାଳନା ସମିତିର ସଭାପତି ସିମାଞ୍ଚଲ ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଇପିଏସ ଅଭିନବ ସୋନକର, ମୁଖ୍ୟ ବକ୍ତା ଭାବେ  ସହ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଓଡ଼ିଶା ପଶ୍ଚିମ (ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ) ଅରୁଣ କୁମାର ନାଏକ ଯୋଗଦେଇ ଆମର ଶିକ୍ଷା ନୀତି ଏବଂ ଆଦର୍ଶ ତଥା ରାଷ୍ଟ୍ର ଗଠନରେ ଛାତ୍ରର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ। ଉକ୍ତ ସଭାରେ ସମ୍ପାଦକ ଅଭୟ କୁମାର ଦେବତା, ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ନୀଳମଣି ସିଂ  ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଚନ୍ଦନ ସାହୁ, ସୋମେଶ୍ୱର ପାତ୍ର ଓ ଛାତ୍ରୀ ସୁଶ୍ରୀ ଶିବାନୀ ପାତ୍ର ମଞ୍ଚ ପରିଚଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କୋଶଳୀ ଭଜନ, ଓଡ଼ିଶୀ, ସମ୍ବଲପୁରୀ ଭଜନ, ଓଡ଼ିଆ ଭଜନ, ସଂସ୍କୃତ ହାସ୍ୟରସାତ୍ମକ ବାର୍ତ୍ତାଳାପ, ଢେମସା ନାଚ, ଦେଶ ଭକ୍ତି ନୃତ୍ୟ, ବଜାଶାଲ, ଘୁମୁରା, ସମ୍ବଲପୁରୀ ନୃତ୍ୟ ଏବଂ ଇଂରାଜୀ ନାଟକ “ଏକଲବ୍ୟ” ଶିଶୁ କଳାକାର ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକା ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.