ଆଇପିଏଲ ଭାଲ୍ୟୁରେ ବୃଦ୍ଧି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇଣ୍ଡ୍ରିଆନ ପ୍ରିମିୟର ଲିଗର ବ୍ରାଣ୍ଡ ଭାଲ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ତୁଳନାରେ ଏହାର ବ୍ରାଣ୍ଡ ଭାଲ୍ୟୁ ୭୫ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୧ରେ ଏହି ଲୋକପ୍ରିୟ ଟି୨୦ ଲିଗରେ ୨ଟି ଟିମ ଲକ୍ଷ୍ନୌ ସୁପରଜ୍ୟାଂଟସ ଓ ଗୁଜରାଟ ଟାଇଟନ୍ସ ସାମିଲ ହୋଇଥିଲେ । ମିଡିଆ ରାଇଟ୍ସଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରରେ ଏହାର ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛଇ । ୨୦୨୧ରେ ଏହାର ମୂଲ୍ୟ ୬.୨ ବିଲିୟନ ଡଲାର ଥିବା ବେଳେ ଏବେ ଏହା ୧୦.୯ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏବେ ଆଇପିଏଲକୁ ବିଶ୍ୱର ଦ୍ୱିତୀୟ ବୃହତମ ଲିଗ ଭାବେ ବିବେଚନା କରାଯାଉଛି । ନିକଟରେ ଏହାର ମିଡିଆ ରାଇଟ୍ସ ୬.୨ ବିଲିୟନ ଡଲାରରେ ବିକ୍ରୀ ହୋଇଥିଲା । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଲିଗ ପ୍ରତ୍ୟେକ ବର୍ଷ ସଫଳତାର ନୂତନ ଅଧ୍ୟାୟ ଯୋଡି ଚାଲିଛି । ୨୦୨୨ ସଂସ୍କରଣ ପାଇଁ ଚଳିତ ମାସ ୨୩ରେ ଏହାର ନିଲାମ ପ୍ରକ୍ରିୟା ଆୟୋଜିତ ହେବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.