ମୋହନଗିରି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ମୋହନଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମ ଦିନରେ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ ମହେଶ କୁମାର ପାଠକ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷିକା ଓ କର୍ମଚାରୀ ମିଶି ସ୍ଥାନୀୟ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବଙ୍କ ନିକଟକୁ ଯାଇ ମଶାଲ ଆଣିଥିଲେ। ଏହାପରେ କ୍ରୀଡା ଧ୍ବଜା ଉଡାଇ ପ୍ରଧାନ ଶିକ୍ଷକ କ୍ରୀଡ଼ାକୁ ଆଗେଇ ନେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ପାଠକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଖେଳ ଶିକ୍ଷକ ଭେରିକଣ୍ଠ ପଧାନ ଓ ଅନ୍ୟ ଶିକ୍ଷକ ଶିକ୍ଷିକା ମାନଙ୍କ ସାହାଯ୍ୟ କ୍ରମେ ଉତ୍ସବଟି ଧୂମଧାମରେ ପାଳିତ ହୋଇଥିଲା। ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷା ସେବତୀ ଭୋଇ ଓ ସଭ୍ୟ ପବିତ୍ର ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାଇ ଜମ୍ପ, ଲଙ୍ଗ ଜମ୍ପ, ଦଉଡ, ସଟପୁଟ, ଡିସକସ ଥ୍ରୋ, ଜାଭଲିନ ଥ୍ରୋ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.