ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ହାଇସ୍କୁଲ ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟାନନ୍ଦ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ ଯୋଗଦେଇ ଗଣିତର ସ୍ରଷ୍ଟା ଶ୍ରୀନିବାସ ରାମାନୁଜନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ଗଣିତ ଶିକ୍ଷକ ବିଶ୍ୱଜିତ ନାୟକ, ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଆମେ ପ୍ରତିଦିନ ଗଣିତ କୁ ବହୁଳ ଭାବରେ ବ୍ୟବହାର କରିଥାଉ। ସକାଳୁ ଉଠିବା ଠାରୁ ରାତ୍ରି ଶୋଇବା ପର୍ଯ୍ୟନ୍ତ ଆମେ ପ୍ରତ୍ୟହ ଗଣିତର ବ୍ୟବହାର କରିଥାଉ। ଏହି ଗଣିତ ଦିବସକୁ ବହୁତ ମାତ୍ରାରେ ପ୍ରଚାର ପ୍ରସାର କରିବାର ଆବଶ୍ୟକ ଅଛି ବୋଲି ସଭାରେ ମତ ପ୍ରକାଶ ପାଇଛି। ଏହି ଅବସରରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜେତା ପ୍ରତିଯୋଗିଙ୍କୁ ଟ୍ରଫି ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ସ୍ଵେଛାସେବି ଯଶୋବନ୍ତ ରଣା ପରିଚାଳନା କରିଥିଲେ।