ସାଙ୍ଗମାନଙ୍କ ସହ ମିଶି ଶାଳୀକୁ ଗଣଦୁଷ୍କର୍ମ କଲା ଭିଣୋଇ, ପରେ ବେଶ୍ୟାବୃତ୍ତିରେ ଲଗାଇଲା

ଓଡ଼ିଆ ବାର୍ତ୍ତା/ ଢୋଲପୁର : ସାଙ୍ଗମାନଙ୍କ ସହ ମିଶି ୧୬ ବର୍ଷିୟା ନାବାଳିକା ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ । ଏତିକିରେ ମନ ବୁଝିନଥିଲା ପିଶାଚ ଭିଣୋଇ, ଶେଷରେ ଜୋର ଜବରଦସ୍ତି ଶାଳୀକୁ ନେଇ ରେଡଲାଇଟ୍‌ ଏରିଆରେ ବେଶ୍ୟାବୃତ୍ତିରେ ଲଗାଇଲା । ଏଭଳି ଅମାନୁଷିକ କାଣ୍ଡ ରାଜସ୍ଥାନର ଢୋଲପୁରରେ ଘଟିଛି  । ଏନେଇ ପୀଡ଼ିତା ଜଣକ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ୨ ବର୍ଷ ତଳେ କୌଣସି କାରଣରୁ ପୀଡ଼ିତାର ବାପା ଜେଲ୍‌ ଯାଇଥିଲେ । ବାପାଙ୍କ ଜେଲ୍‌ ଯିବା ପରେ ପୀଡ଼ିତାର ବଡ଼ ଭଉଣୀ ତାଙ୍କୁ ଆଣି ପାଖରେ ରଖିଥିଲେ ।  ତେବେ ସେବେଠୁ ପୀଡ଼ିତାଙ୍କ ଭିଣୋଇ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଆଉ ତାଙ୍କ ଖାଦ୍ୟରେ ନିଶା ଦେଇ ଅଚେତ୍‌ ଅବସ୍ଥାରେ ଦୁଷ୍କର୍ମ କରୁଥିଲେ । ଏହା ଦେଖି ପୀଡ଼ିତାଙ୍କ ସାନ ଭାଇ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ  । ଏପରିକି ତାଙ୍କ ବଡ଼ ଭଉଣୀଙ୍କ ନାବାଳକ ପୁଅ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।ତେବେ ଏ ସମସ୍ତ କଥା ପୀଡ଼ିତାଙ୍କ ବଡ଼ ଭଉଣୀ ଜାଣିଥିଲେ ମଧ୍ୟ ସେ ଏହାକୁ ବିରୋଧ କରୁନଥିଲେ । ଆଉ କିଛିଦିନ ପରେ ରୋଜଗାର ଆଶାରେ ତାଙ୍କ ବଡ଼ ଭଉଣୀର ପୂରା ପରିବାର କୋଲକାତା ଯାଇଥିଲେ ପୀଡ଼ିତା ମଧ୍ୟ ନିରୁପାୟ ହୋଇ ତାଙ୍କ ସହ ଯାଇଥିଲେ । ଆଉ ସେଠାରେ ମଧ୍ୟ ପୀଡ଼ିତାଙ୍କୁ ସମସ୍ତେ ପୁଣି ଦୁଷ୍କର୍ମ କରିଥିଲେ । ପରେ ଅଭିଯୁକ୍ତ ଭିଣୋଇ ଜଣକ ସାଙ୍ଗ ମାନଙ୍କୁ ଘରକୁ ଡାକି ଶାଳୀ ସହ ଏପରି ପାଶବିକତା ଘଟାଇଥିଲେ  । ପୀଡ଼ିତା ଜଣକ ଏଥିରେ ବିରୋଧ କରିବାରୁ ତାଙ୍କୁ ମାରପିଟ୍‌ କରୁଥିଲେ  । ଶେଷରେ ଅଭିଯୁକ୍ତ ଭିଣୋଇ ସାଙ୍ଗଙ୍କ ସହ ମିଶି ଶାଳୀକୁ ଜୋର ଜବରଦସ୍ତି ନେଇ କୋଲକୋତାର ରେଡଲାଇଟ୍‌ ଅଞ୍ଚଳରେ ଛାଡ଼ିଆସିଥିଲେ । ଏବେ ଯେତେବେଳେ ପୀଡ଼ିତାଙ୍କ ବାପା ଜେଲରୁ ମୁକୁଳିଥିଲେ  । ପୀଡ଼ିତା ଜଣକ ସେଠାରୁ ଲୁଚି ଖସିଆସି ଢୋଲପୁରରେ ନିଜ ବାପା ପାଖରେ ପହଞ୍ଚି ସବୁ କଥା ଜଣାଇଥିଲେ । ଆଉ ବାପା ନିଜ ଝିଅଠାରୁ ସବୁ କଥା ଶୁଣି ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁରେ ଢୋଲପୁର ଥାନାରେ ଗଣଦୁଷ୍କର୍ମ ଅଭିଯୋଗ କରିଥିଲେ । ଏନେଇ ପୋଲିସ ପୀଡ଼ିତାଙ୍କ ବୟାନ ଅନୁଯାୟୀ ମେଡିକାଲ ଟେଷ୍ଟ କରାଇବା ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.