ମାଣ୍ଡେଲଠାରେ କୁଲତା ଯୁବ ଶକ୍ତି ଓଡ଼ିଶାର ବାର୍ଷିକ ଯୁବ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଠାରେ କୁଲତା ଯୁବ ଶକ୍ତି ଓଡିଶାର ବାର୍ଷିକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମାଣ୍ଡେଲ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ଯୁବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ଅବସରପ୍ରାପ୍ତ ଉପ ସଚୀବ ତେଜରାଜ ପଧାନ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବରେ କୁଲତା ଯୁବ ଶକ୍ତି ଓଡିଶାର ସଭାପତି ରମେଶ ଚନ୍ଦ୍ର ପଧାନ, ସମ୍ପାଦକ ହରିଶ୍ଚନ୍ଦ୍ର ପଧାନ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଇନ୍ଦ୍ରାବତୀ ପାୱାର ହାଉସର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ସୁନାସୀର ଭୋଇ, ବଲାଙ୍ଗୀର ବିଡିଓ ରାମଦତ୍ତ ଭୋଇ, ସୋନପୁର ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, କୃଷି ଉଦ୍ୟୋଗରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାହାଣ୍ଡିର ଜୟନ୍ତୀ ପଧାନ ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ସକାଳ ୯ ଘଣ୍ଟା ସମୟରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସକାଳ ୧୧ ଘଣ୍ଟା ସମୟରେ ପ୍ରଥମ ଅଧିବେସନ ଆରମ୍ଭ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କୁଲତା ସମାଜର ଆରାଧ୍ୟା ଦେବୀ ଶ୍ରୀ ଶ୍ରୀ ରଣେଶ୍ୱରୀ ରାମଚଣ୍ଡିଙ୍କ ଠାରେ ପୂଜାର୍ଚ୍ଚନା ପରେ ସଭାପତି ଜୟନ୍ତୀ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମାର୍ଗଦର୍ଶକ ଭାବରେ ବଲାଙ୍ଗୀରର ଶାନ୍ତନୁ କୁମାର ଭୋଇ, ଝାରସୁଗୁଡାର ଲୋକନାଥ ସାହୁ, ଶେଖର ବିଶି, କଳାହାଣ୍ଡି ମାଣ୍ଡେଲର ହରେକୃଷ୍ଣ ଭୋଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ମାଣ୍ଡେଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ ସ୍ୱାଗତ ସଙ୍ଗୀତ ପରିବେଷିତ ହୋଇଥିଲା । ବାଙ୍କେଲର ଟଙ୍କଧର ସାଙ୍କ ନେତୃତ୍ୱରେ ସଦସ୍ୟ ମାନଙ୍କ ନାମାଙ୍କନ କରାଯାଇ ବ୍ୟାଚ୍ ପ୍ରଦାନ କରାଯାଇଥିଲା । କୁଲତା ସମାଜର ସଫଳ ବ୍ୟକ୍ତିତ୍ୱ ମାନଙ୍କୁ ମଞ୍ଚରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶେଷ ଆକର୍ଷଣ ରହିଥିଲା କୁଲତା ସମାଜର ପାରମ୍ପାରିକ ସୁଆଁଲି, କାକରା, ମଣ୍ଡା ଓ ଗୁଡ ଆରିଷା ପିଠା । ସମସ୍ତ ଅତିଥିଙ୍କୁ ଆଞ୍ଚଳିକ କମିଟି ଓ ମାଣ୍ଡେଲ କୁଲତା ସମାଜ ପକ୍ଷରୁ ପିଠା ଖାଇବାକୁ ଦିଆଯାଇଥିଲା । ରାଜ୍ୟ ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ କୁଲତା ସମାଜ କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ବିଭିନ୍ନ ପାରମ୍ପାରିକ ଝୋଟି, ପିଠା ତିଆରି ଭଳି କୌଶଳ ଗୁଡିକର ମଧ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅଖିଳ ଚନ୍ଦ୍ର ସା ଓ ମନୋଜ ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରଥମ ଅଧିବେସନ ଶେଷରେ ସମ୍ପାଦକ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

ମଧ୍ୟାହ୍ନ ଭୋଜନ ପରେ ଦ୍ୱିତୀୟ ଅଧିବେସନ ଆରମ୍ଭ ହୋଇଥିଲା । ଏଥିରେ ସାଙ୍ଗଠାନିକ ପ୍ରସ୍ତାବ ଗୁଡିକ ଗ୍ରହଣ କରାଯିବା ସହ ଏହା ଉପରେ ଚର୍ଚ୍ଚା କରାଯାଇଥିଲା । ସଂଧ୍ୟା ୫ ରୁ ୬ ଟା ଯାଏଁ ଜୟନ୍ତୀ ପଧାନ ଓ ସୁରଭି ସାହୁଙ୍କ ନେତୃତ୍ୱରେ ମହିଳା ମାନଙ୍କ ଅଧିବେସନ ଅନୁଷ୍ଠିତ ହୋଇଥିଲା । ସୁରେଶ ଚନ୍ଦ୍ର ନାଏକ ଓ କୃଷ୍ଣଚନ୍ଦ୍ର ନାଏକ ଆୟୋଜକ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସଂଧ୍ୟା ୭ ଘଣ୍ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କୁଲତା ସମାଜର ବରିଷ୍ଠ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ତପନ କୁମାର ଭୋଇ, ବସନ୍ତ ନାଏକ, ସୁରେଶ ଚନ୍ଦ୍ର ନାଏକ, କସ୍ୟପ ନାଏକ, କୈଳାସ ଭୋଇ, ହୃଷିକେଶ ଗଡତିଆ, କପିକେତନ ନାଏକ, ମନୋଜ କୁମାର ନାଏକ ପ୍ରମୁଖ ସକ୍ରୀୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.