ଆମପାଣି ଜୋନସ୍ତରୀୟ ୱାର୍ଡ଼ସଭ୍ୟ ସଂଘ ଗଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଭୁର୍ଷାଗୁଡା ମହାଭାରତ ପଡ଼ିଆଠାରେ ମଙ୍ଗଳବାର ଆମପାଣି ଜୋନ ନଂ ୧ ର ୮ଟି ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ଜୋନ୍ ସ୍ତରୀୟ ନୂତନ ୱାର୍ଡ଼ସଭ୍ୟ ସଂଘ ଗଠିତ ହୋଇଥିଲା। ଏଥିରେ ସର୍ବ ସମ୍ମତିକ୍ରମେ ସଭାପତି ଭାବେ ବଡପୋଡ଼ାଗୁଡ଼ା ପଞ୍ଚାୟତର ୱାର୍ଡ ସଭ୍ୟ ବିଡୁ ନାଏକଙ୍କୁ ମନୋନୀତ କରାଯାଇଛି। ଉପ ସଭାପତି ଭାବେ ଡୁଡୁକାଠେଙ୍ଗା ପଞ୍ଚାୟତର ୱାର୍ଡ ସଭ୍ୟ ଦେବିସିଂ ନାଗ, ସମ୍ପାଦକ ଆମପାଣି ପଞ୍ଚାୟତର ୱାର୍ଡ ସଭ୍ୟ ଭବାନୀ ଶଙ୍କର ପୁରୋହିତ, ସହ ସମ୍ପାଦକ ମହିମା ପଞ୍ଚାୟତର ୱାର୍ଡ ସଭ୍ୟ ଦକ୍ଷସୂତା ନାଏକ, କୋଷାଧ୍ୟକ୍ଷ ଭାବେ ଗୋତୋମୁଣ୍ଡା ପଞ୍ଚାୟତର ୱାର୍ଡ ସଭ୍ୟ ରୁକଧର କାଣ୍ଡ ମନୋନୀତ ହୋଇଛନ୍ତି। ଏହି ବୈଠକରେ ୮ଟି ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଉପସ୍ଥିତ ରହିଥିଲେ। ବୈଠକ କୁ ବରାଡଙ୍ଗା ପଞ୍ଚାୟତର ୱାର୍ଡ ସଭ୍ୟ ପିତାମ୍ବର ବିହାରୀ ପରିଚାଳନା କରିଥିଲେ। ଆଗାମୀ ଦିନରେ କୋକସରା ବ୍ଲକର ତିନୋଟି ଜୋନରେ ସଂଘ ଗଠିତ ହେବାପରେ ବ୍ଳକ ସ୍ତରୀୟ ସଂଘ ଗଠନ ହେବା ନେଇ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.