କୋକସରା ବ୍ଲକରେ ମିଶନ ଶକ୍ତି ପକ୍ଷରୁ ଋଣମେଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ କୋକସରା ବ୍ଲକ ସଭାଗୃହ ଠାରେ ମଙ୍ଗଳବାର ଏକ ଋଣମେଳା ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସରୋଜା ଦେବୀ, ବିଏମସିଏ ମନୋରଞ୍ଜନ ମହାନ୍ତି, ବିଏଲସି ଓଏଲଏମ୍ ସୂର୍ଯ୍ୟ ରଞ୍ଜନ ପଣ୍ଡା, ଲଡୁଗାଁ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ, ମୋଟେର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ସମେତ ବିଭିନ୍ନ ବ୍ୟାଙ୍କର ଅଧିକାରୀ ଓ କର୍ମୀଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବ୍ଳକର ୧୪୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସର୍ବମୋଟ ୫କୋଟି ୭୨ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ଉପସ୍ଥିତ ୩୦ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ତତ୍କାଳୀନ ଋଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଓଏଲଏମ୍ ର ସୁରେଶ ରାଉତ ପରିଚାଳନା କରିଥିବାବେଳେ ଋଣ ମେଳାରେ ବିଭିନ୍ନ ପଞ୍ଚାୟତର ଏମବିକେ, ବ୍ୟାଙ୍କ ମିତ୍ର, ସିଆରପି ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.