କାଠମାଣ୍ଡୁରେ ନର୍ଲାର ଦୁଇ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନେପାଳର କାଠମାଣ୍ଡୁରେ ନର୍ଲାର ୨ ଜଣ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିପାଇଁ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳିଯିବା ସହ ଶୁଭେଛାର ସୁଅ ଛୁଟୁଛି । ଅନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମାବେଶ ନେପାଳର କାଠମାଣ୍ଡୁ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ‌। ଉକ୍ତ ସମାବେଶରେ ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି କିଶୋର ପ୍ରଧାନଙ୍କର ସଭାପତିତ୍ବରେ ବୈଦେଶିକ ସଂପର୍କ ପ୍ରମୁଖ ସମୀର କୁମାର ମହାପାତ୍ରଙ୍କର ସହଯୋଗୀତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଉମେଶ ଘୋରାସନି-ଓ୍ବାଇସିଏଲ ନେପାଳର ସିଭିସି ଉପାଧ୍ୟକ୍ଷ, ଅନ୍ଯତମ ଅତିଥି ଭାବେ କେନ୍ଦ୍ରୀୟ ସଚୀବ ନେପାଲ ଅନିଲ ପାଶ୍ବାନ, ଶିବରାମ ଦଙ୍ଗାଲ, ମନିଷ କର୍ଣ୍ଣ ,ଈଶ୍ବର ଶ୍ରେଷ୍ଠ, ଅଜୟ ସାହା,ଅଜୟ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ସଂପାଦକ ଜୟନ୍ତ ମହାଲିକ, କୋଷାଧ୍ୟକ୍ଷ ମହାଦେବ ମାଡକାମୀ ସମେତ ଓଡିଶାରୁ ୩୨ ଜଣ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ଯ କିଶୋର ଚନ୍ଦ୍ର ତ୍ରିପାଠୀ ସଭା ପରିଚାଳନା ଓ ସଂଯୋଜନା କରିଥିଲେ ।ତୁଳାପଡା +୨ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ସମୀର କୁମାର ମହାପାତ୍ର ପରିଚୟ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ମଞ୍ଚରେ ନର୍ଲାର ଉଭୟଙ୍କୁ ମାନପତ୍ର ସହ ସ୍ମୃତିଚିହ୍ନ ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଏହି କାର୍ଯ୍ୟକ୍ରମର ଲକ୍ଷ୍ଯ ଥିଲା । ମଞ୍ଜୁଲତା ଦାଶ ଏବଂ ଶ୍ରଦ୍ଧାଞ୍ଜଳି ମହାପାତ୍ରଙ୍କ ସମେତ କଳାହାଣ୍ଡିରୁ ଚାରିଜଣ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇ ଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.