ଲୋକଗୀତ କ୍ରମରେ : ଛଡରଶ

ଛଡରଶ ଛଏଲିରେ କଲା କଲା ବାଏଗନ
ବିକି ଦେଇଅଛେଁ ମୋର ପରାନ
ବିକି ଦେଇଅଛେଁ ମୋର ପରାନ
ଛଡରଶ ଛଏଲିରେ ରାତିରେ ଦେଖେଁ ସପନ
ଛଡରଶ ଛଏଲିରେ ରାତିରେ ଦେଖେଁ ସପନ……..।।

ଛଡରଶ ଛଏଲିରେ ଗିଲାସେ ପିଇଲୁ ମଦ
କଥା ଚାରିପଦ କେଡେ ଆନନ୍ଦ
କଥା ଚାରିପଦ କେଡେ ଆନନ୍ଦ
ଛଡରଶ ଛଏଲିରେ ଗରଭେ ରଖିଲେ ଛନ୍ଦ
ଛଡରଶ ଛଏଲିରେ ଗରଭେ ରଖିଲେ ଛନ୍ଦ…..।।

କୋଶଳାଞ୍ଚଳର ଅନେକ ପ୍ରାଚୀନ ଲୋକଗୀତ ମଧ୍ୟରୁ ଛଡରଶ ଏକ ରଶଭରା ଲୋକଗୀତ । ଏହି ଗୀତ ଭାବ ଓ ଅର୍ଥକୁ ସମତାଳରେ ବହନକରି ଗତିଶିଳ ହୋଇଥାଏ । ‘ବଜାସାଲ’ ଏହି ପ୍ରାଚୀନ ଲୋକଗୀତର ବାହକ ଭାବେ କାର୍ଯ୍ୟକରିଥାଏ । ଛଡରଶକୁ ଉଭୟ ପୁରୁଷ ଓ ନାରୀ ଗାନ କରିଥାନ୍ତି । ଅନ୍ୟାନ୍ୟ ଲୋକଗୀତ ଅପେକ୍ଷା ଏହି ଗୀତରେ ଶୃଙ୍ଗାରୀ ଚେତନାର ବାର୍ତ୍ତା କମ ରହୁଥିବାରୁ ବଜାସାଲରେ ଏହା ଦ୍ବିତୀୟ କିମ୍ବା ତୃତୀୟ ସ୍ଥବକ ରୂପେ ଗାନ କରାଯାଉଥିଲା ଓ ଏହା ପରେ ପରେ ରଶରକେଲି, ଦେହାତୀ, ମାଏଲାଜାଡ ଆଦି ଗାନ କରାଯାଉଥିବା ବୟୋଜେଷ୍ଠ କଳାକାର ମାନେ ପତପୋଷଣ କରନ୍ତି ।

ଏହି ଗୀତ ସରଳ, କମ ଅଳଂକାର ଯୁକ୍ତ ଓ ଛନ୍ଦମୁକ୍ତ ରହୁଥିବାରୁ ମହିଳା ମାନଙ୍କ ଦ୍ବାରା ବେଶ ଆଦୃତ ହୋଇଥାଏ । ଛଡରଶ ସାଧାରଣତଃ ତ୍ରିପାଦିକ ହୋଇଥାଏ । ଜାଇଫୁଲ ପରି ଏହା ସେହି ସମୟର ଜନ ଜୀବନର ପ୍ରତିଟି ପାଖୁଡା ସହ ସଂଯୁକ୍ତ ହୋଇ ଆମର ପ୍ରାଚୀନ ଲୋକ ସଂସ୍କୃତିର ବୈଜୟନ୍ତୀ ବାନାକୁ ଆଜି ପର୍ଯ୍ୟନ୍ତ ଫର ଫର କରି ଉଡାଇ ଚାଲିଛି ।

ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.