ହାଡ଼ଭଙ୍ଗା ଜାଡରେ ଥରୁଛି କଳାହାଣ୍ଡିର କାଶ୍ମୀର ଥୁଆମୂଳ ରାମପୁର

• ଜନଜୀବନ ପ୍ରଭାବିତ

• ସନ୍ଧ୍ୟା ହେଲେ ରାସ୍ତା ଘାଟ ନିସ୍ତବ୍ଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢିଥିବା ବେଳେ କଳାହାଣ୍ଡିର କାଶ୍ମୀର ତଥା ଓଡିଶାର ଦ୍ବିତୀୟ କାଶ୍ମୀର ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକରେ ଏହାର ପ୍ରଭାବ ଅସହ୍ୟ କରୁଛି ଜନଜୀବନକୁ। ସୂର୍ଯ୍ୟାସ୍ତ ପରେ ପରେ ତଳକୁ ତଳ ପାରଦ ଖସୁଥିବା ବେଳେ ଦିନରେ ଶୀତର ଲହରୀ ଲାଗିରହିଛି। ଦିନର କୋହଲିଆ ପାଗ ସହିତ ଶୀତ ଲହରୀ ପାଇଁ ଗରମ ବସ୍ତ୍ର ପରିଧାନ କରିବା ଜରୁରୀ ହୋଇପଡିଛି। ସଂଧ୍ୟା ହେଲେ ରାସ୍ତା ଘାଟ ନିସ୍ତବ୍ଧ ପ୍ରାୟ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ହିଁ ଏକମାତ୍ର ସାଧନ ପାଲଟିଛି। ଗରିବ ଲୋକଙ୍କ ଜୀବନ ରକ୍ଷାର କବଚ ପାଲଟିଛି ନିଆଁ। ଗତ ଶୁକ୍ରବାର ଠାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଶନିବାର ରାତିରେ ୩ ରୁ ୪ ଡିଗ୍ରୀ ମଧ୍ୟରେ ପାରଦ ଖସିଥିବା ଜଣାପଡିଛି। ଫଳରେ ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି। ଆଗକୁ ଆଉ କିଛିଦିନ ଏଭଳି ପରିସ୍ଥିତି ରହିବା ଅନୁମାନ କରାଯାଉଛି।ଅସହାୟ ଗରିବ ତଥା ବୃଦ୍ଧ ବୃଦ୍ଧା ମାନଙ୍କ ଜୀବନ ପ୍ରତି ଏକ ଆଣିଛି ଏକ ବିପଦ ପରିସ୍ଥିତି। ଥୁଆମୂଳ ରାମପୁର ପାଇଁ ଏଭଳି ପାଗ ନୂଆ ନୁହଁ ପୁର୍ବରୁ ଏଠାରେ ୦ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିଥିବା ନଜିର ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.