ଓଡିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ନାରାୟଣପୁର ଖେଳପଡିଆରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସମ୍ମାନୀତ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁପାର ଠେଲା, ଜିଲ୍ଲା ସଭାପତି ସରୋଜ କମ୍ପ, ଉପସଭାପତି ରମେଶ ପୂଜାରୀ, ବରିଷ୍ଠ ବିଜେଡି ନେତା ମଧୁ ମିଶ୍ର, ସୋନପୁର ୧ନମ୍ୱର ଜୋନ ଜିଲ୍ଲା ପରିଷଦ ପ୍ରତିନିଧି କରମଚାନ୍ଦ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ସୋନପୁର ବ୍ଲକ ଅଧ୍ୟକ୍ଷ, ବିଜୁ ଯୁବ ଜନତା ଦଳ ସଭାପତି ଅଶୋକ ନନ୍ଦ, ବିଜୁ ଛାତ୍ର ଜନତା ଦଳ ସଭାପତି ଶାଶ୍ଵତ ମିଶ୍ର, ବହୁ ସଂଖ୍ଯାରେ ମହିଳା ଓ ଯୁବ କର୍ମୀ ଉପସ୍ଥିତ ଥିଲେ।






