• ରାଜ୍ୟସ୍ତର ପାଇଁ ମନୋନୀତ ହେଲେ ୧୬ କ୍ରିକେଟ ଖେଳାଳି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସ୍ଥିତ ତୁଲାପଡା ଖେଳପଡ଼ିଆ ଠାରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ ଦ୍ଵିତୀୟ ଦିନରେ ପହଞ୍ଚିଛି। ଏହି ଅବସରରେ ଫୁଟବଲ, ହକି ଓ କ୍ରିକେଟ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ତୁଲାଇବା ସରପଞ୍ଚ ମଲ୍ଲିହାର ପ୍ରଧାନ, ୱାର୍ଡ ସଭ୍ୟ ବିନୋଦିନୀ ସେଠି ଯୋଗଦେଇଥିଲେ। କ୍ରିକେଟ ମେଚରେ ଭାଗ ନେଇଥିବା ୧୬ଜଣ ଖେଳାଳିଙ୍କୁ ରାଜ୍ୟସ୍ତର ପାଇଁ ମନୋନୀତ କରାଯାଇଥିଲା। ମେଚ ପରିଚାଳନା କରିଥିଲେ ସମୀର ନାଏକ, ନବୀନ ନାଏକ, ସନ୍ତୋଷାନନ୍ଦ ନାଏକ, ଅଶ୍ୱିନ ପ୍ରଧାନ, ବଂଶୀ ଅଘରିଆ, ରଘୁ ହେମ୍ବ୍ରମ, ସୌମ୍ୟ ଛତ୍ରୀଆ, ଧ୍ରୁବ ନାଗ, ଅମିତ ମହାନ୍ତି, ସୁଧୀର ରାଉତ, ସ୍ୱାଗତ ଚୌଧୁରୀ, ଉଦ୍ଧବ ପ୍ରଧାନୀ ଓ ଜୟକୃଷ୍ଣ ନାଏକ। ସମସ୍ତ କାର୍ଯ୍ୟକ୍ରମକୁ ଆଇପିଇ ମହେନ୍ଦ୍ର ପଣ୍ଡା ଓ ପ୍ରଧାନ ଶିକ୍ଷକ ନେପାଳ ଭୋଇ ତଦାରଖ କରିଥିବାବେଳେ ନାରାୟଣ ପଧାନ ଓ ଦେବପ୍ରସାଦ ପଧାନ ସହଯୋଗ କରିଥିଲେ।