ଗୋଟିଏ ମେଲ ହଜେଇ ଦେଇଛି ଟୁଇଟର କର୍ମଚାରୀଙ୍କ ନିଦ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟୁଇଟର କର୍ମଚାରୀଙ୍କ ହୃଦସ୍ପନ୍ଦନ ବଢେଇ ଦେଇଛି ଗୋଟିଏ ମେଲ । ଆଜି ମଧ୍ୟାହ୍ନରେ ପ୍ରତ୍ୟେକ କର୍ମଚାରୀଙ୍କ ପାଖକୁ ଏହି ମେଲ ଆସିଛି । ଏଥିରେ ସିଧା ସିଧା କୁହାଯାଇଛି ଯେ, ଯେତେ ଶିଘ୍ର ପାରୁଛ ନିଜ ଅଫିସର କାମ ସାର । ସଂନ୍ଧ୍ୟା ସୁଦ୍ଧା ନିଜର ଜିନିଷପତ୍ର ଧରି ଡ୍ୟୁଟି ସରିବା ପରେ ଘରକୁ ଯାଅ । କାଲିଠାରୁ ଅଫିସ ଆସିବା ଦରକାର ନାହିଁ । ଘରେ କାମ କରିବା ପାଇଁ ବ୍ୟବସ୍ଥା କର । ଏମିତି ଏକ ବାର୍ତ୍ତା ଥିବା ମେଲ ସିଙ୍ଗାପୁର ଟୁଇଟର କାର୍ଯ୍ୟାଳୟର କର୍ମଚାରୀଙ୍କ ପାଖକୁ ଆସିଛି ।  ଏମିତି ଏମ ମେଲ ପାଇବା ପରେ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ।

ଯଦିଓ ଏ ବିଷୟରେ ସବିଶେଷ ତଥ୍ୟ ଜଣାପଡିନି ତେବେ ଟୁଇଟରର ନୂଆ ମାଲିକ ଏଲନ ମସ୍କ ଖର୍ଚ୍ଚକାଟ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ଏଲନ ମସ୍କ ଟୁଇଟର ଦାୟିତ୍ୱ ନେବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଜେ ନେଉଛନ୍ତି । ଏପରକି ଟୁଇଟରର ପ୍ରତି ଦେଶରେ ଥିବା କାର୍ଯ୍ୟାଳୟର ତଥ୍ୟ ମଧ୍ୟ ରଖୁଚନ୍ତି ।

ବ୍ଲୁମବର୍ଗ  ରିପୋର୍ଟ ଅନୁସାରେ, ଜଣେ କର୍ମଚାରୀ ନାଁ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି,  ଏହି ମେଲ ଆସିବା ପରେ କେତେକ କର୍ମଚାରୀଙ୍କ ରେକର୍ଡରେ ରିମୋଟ ଏମ୍ପ୍ଲୟ ବୋଲି ଦର୍ଶା ଯାଇଛି । ସିଙ୍ଗାପୁରରେ ରହିଛି ଟୁଇଟର ଏସିଆ ପେସିଫିକର ହେଡ କ୍ୱାର୍ଟର । ଏଲନ ଦାୟିତ୍ୱ ନେବା ପରେ ଏଠାର ଅନକେ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି ।।

ଯାହା ବି ହେଉ, ଆଜି ଆସିଥିବା ଏହି ମେଲ ସମ୍ପର୍କରେ କୌଣସି ସୂଚନା ସିଙ୍ଗାପୁର କାର୍ଯ୍ୟାଳୟରୁ ମିଳିନାହିଁ । ମେଲ ନେଇ ମଧ୍ୟ କୌଣସି ଉତ୍ତର ରଖାଯାଇ ନାହିଁ । ହେଲେ କେପିଟାଗ୍ରୀନ( ଯେଉଁ କୋଠାରେ ଟୁଇଟର କାର୍ଯ୍ୟାଳୟ ଚାଲିଥିଲା )ର କହିବା ଅନୁଯାୟୀ ଏବେ ବି ଏହାର ଭଡା ଟୁଇଟର ଦେଉଛି । ଏଠି କହି ରଖିବୁ, ସାନଫ୍ରାନସିସ୍କୋ କାର୍ଯ୍ୟାଳୟର ଭଡା ଏଲନ ମସ୍କଙ୍କ ପକ୍ଷରୁ ଦିଆଯାଇ ନାହିଁ । ଏ ନେଇ ଘର ମାଲିକ ଟୁଇଟର ବିରୋଧରେ ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.