ଓଡିଶା ଡିପ୍ଳୋମା ଇଂଜିନିୟର୍ସ ସେବା ସଂଘ ରାୟଗଡା ଶାଖା ପକ୍ଷରୁ ୭ଦଫା ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିିଶା ଡିପ୍ଳୋମା ଇଂଜିନିୟର୍ସ ସେବା ସଂଘ ରାୟଗଡା ଜିଲ୍ଳା ଶାଖା ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସଂଘ ସଦସ୍ୟମାନେ ୭ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ଜରିଆରେ ଆଜି ପ୍ରଦାନ କରିଛନ୍ତି । ଏଥିସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଦାବିଗୁଡିକ ସଂପର୍କରେ ଜଣାଇଛନ୍ତି । ଦାବିଗୁଡିକ ମଧ୍ୟରେ ରାଜ୍ୟର ସବୁ ବର୍ଗର କର୍ମଚାରୀଙ୍କୁ ପୁରୁଣା ପେନସନ୍ ଯୋଜନାରେ ଅର୍ନ୍ତଭୁକ୍ତ କରିବା,ସମସ୍ତ ଇଂଜିିନିୟରିଂ ବିଭାଗରେ ନିଯୁକ୍ତ ଡିପ୍ଳୋମା ଇଂଜିନିୟରମାନଙ୍କ ପାଇଁ ଏକକ କ୍ୟାଡର ରୁଲ୍ (ସମାନ ଚାକିରି ସର୍ତାବଳୀ)ର ପ୍ରଚଳନ କରିବା,ସହକାରୀ ଯନ୍ତ୍ରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି କ୍ଷେତ୍ରରେ ପ୍ରଚଳିତ ହାର ଶତକଡା ୪୦ରୁ ୫୦ ଭାଗକୁ ବୃଦ୍ଧି କରିବା,ମୂଳ ଚାକିରି କନିଷ୍ଠ ଯନ୍ତୀ ଓ ପ୍ରଥମ ପଦୋନ୍ନତି ସହକାରୀ ଯନ୍ତ୍ରୀ ପଦବୀରେ ପ୍ରଚଳିତ ୪୦:୬୦ ଅନୁପାତ ହାରକୁ ବୃଦ୍ଧି କରି ୨୦: ୮୦ଅନୁପାନ କରିବା,ସେବାରତ ଡିପ୍ଳୋମା ଇଂଜିନିୟରମାନଙ୍କୁ ଚାରି ଥାକିଆ ଏମ.ଏ.ସି.ପି.୭,୧୪,୨୧ ଓ ୨୮ବର୍ଷରେ ପ୍ରଦାନ କରିବା,ଡିଗ୍ରୀଧାରୀ କନିଷ୍ଠ ଯନ୍ତ୍ରୀମାନଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଦୁଇଟି ଅଗ୍ରୀମ ଇନକ୍ରିମେଂଟକୁ ପୁର୍ନବାର ପ୍ରଚଳନ କରିବା ସହ ଡିପ୍ଳୋମା ଇଂଜିନିୟରମାନଙ୍କୁ ଏକବର୍ଷ ନିୟମିତ ଚାକିରି ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ କରିବା ଓ ୨୦୦୩ରୁ ଠିକାରେ ନିଯୁକ୍ତି ସମସ୍ତ ଡିପ୍ଳୋମ।। ଇଂଜିନିୟରମାନଙ୍କୁ ୨୦୨୨ ଠିକା ନିଯୁକ୍ତି ଉଚ୍ଛେଦ ନିୟମ ଲାଗୁ କରି ସମାନ ନ୍ୟାୟ ପ୍ରଦାନ କରନ୍ତୁ ଆଦି ଦାବି ଉଲ୍ଳେଖ ରହିଛି । ବିଭିନ୍ନ ସମୟରେ ରାଜ୍ୟରେ ସେବାରତ ୮ହଜାରରୁ ଉର୍ଦ୍ଧ ଡିପ୍ଳୋମା ଇଂଜିନିୟରମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ସମସ୍ୟାମାନ ଉପସ୍ଥାପିତ କରି ଆସୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ରାଜ୍ୟରେ କାର୍ଯ୍ୟରତ ଆଠ ହଜାରରୁ ଉର୍ଦ୍ଧ ସେବାରତ ଡିପ୍ଳୋମା ଇଂଜିନୟରମାନେ ଏବେ ଆନ୍ଦୋଳନ ଡାକାରା ଦେବା ପାଇଁ ନିଷ୍ପତି ନେଇ ପାରିନ୍ତି । ଆଜି ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ରାୟଗଡା ସଂଘ ସାଧାରଣ ସଂପାଦକ ଲକ୍ଷ୍ମୀନାରାୟଣ ମିଶ୍ର,ଉପଦେଷ୍ଠା ରାମଚନ୍ଦ୍ର ସୂତାର,ଉପସଭାପତି ଗୈାରୀଶ୍ୟାମ ନାୟକ,ସହକାରୀ ସଂପାଦକ (ଫାଇନାନ୍ସ)ଗିିରିଜା ଶଙ୍କର ପତିଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଳା ଶାଖା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.