ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ସମ୍ମନିତ ଶିଶୁ ବିକାଶ ଅଫିସ ତରଫରୁ ଆଜି ବ୍ଲକ ସ୍ତରୀୟ ସୁ ପୋଷଣ ଦିବସ ପାଳିତ ହେବା ସହିତ ଏକ ରେଲି ମାଧ୍ୟମରେ ସୁ ପୋଷଣ ଦିବସର ବାର୍ତ୍ତା ଦିଆ ଯାଇଛି । ସିଡିପିଓ ପ୍ରେମ ମଞ୍ଜରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଅଲିଭା ରାଣୀ ପଟ୍ଟନାୟକ, ଯଶୋବନ୍ତି ନାଏକ, ମଞ୍ଜୁଲତ ପଟ୍ଟନାୟକ, ଚନ୍ଦ୍ରିକା ଦୁର୍ଗା, ଶାନ୍ତି ମଙ୍ଗରାଜ, ପଦ୍ମାବତୀ ସାହୁ ପ୍ରମୂଖ ଉପସ୍ଥିତିରେ ବ୍ଲକର କାର୍ଯ୍ୟରତ ୧୮୦ ଅଙ୍ଗନୱାଡି ମଧ୍ୟ ଉପସ୍ଥିତ ଥିଲେ। ସୁ ପୋଷଣ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗର୍ଭବତୀ ମହିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଓ ପୃଷ୍ଟିହିନତା ଶିଶୁମାନଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରି ପୃଷ୍ଟିହୀନତାରୁ ରକ୍ଷା କରିବା । ଏହି ଅବଶରରେ ଅଫିସ ପରିସରରେ ବିଭିନ୍ନ ପୃଷ୍ଟିକର ଖାଦ୍ୟର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା ।