ଘୁମୁରା-୨୦୨୩ : ୧୫ରେ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଅବସରରେ ଆସନ୍ତା ୧୫ ତାରିଖ ରବିବାର ସକାଳ ୯ଟାରୁ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପୂର୍ବରୁ କବିତା ପଠାଇଥିବା ଜିଲ୍ଲାର କୋଣ ଅନୁକୋଣରୁ କବିମାନେ ଯୋଗଦେଇ କବିତା ପାଠ କରିବେ। ଏହି ଅବସରରେ କବିତା ସଂକଳନ ‘ନିଶାନ୍’ ଉନ୍ମୋଚନ ସହ ବର୍ଷିୟାନ କବି ତଥା ଗୀତିକାର ପ୍ରତାପ କିଶୋର ମୁଣ୍ଡଙ୍କୁ ମାଟିପୁତ୍ର ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଉଦଘାଟକ, ବରିଷ୍ଠ କବି ପ୍ରଫେସର୍ ପ୍ରଦୀପ କୁମାର ପଣ୍ଡା ମୁଖ୍ୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ.ସୁନୀତି ମୁଣ୍ଡ ଓ ସତ୍ୟନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏନେଇ ଆଜି ଅନୁଷ୍ଠିତ କବି ସମ୍ମିଳନୀ ଉପସମିତି ବୈଠକ ପରେ ଅଧ୍ୟକ୍ଷ ଡ.ତପନ ରଥ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

ଉପସମିତି ନୋଡାଲ୍ ଅଫିସର୍ ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଡ.ରଥଙ୍କ ସହ ଉପାଧ୍ୟକ୍ଷ ସନ୍ତୋଷ କୁମାର ରଥ, ସଦସ୍ୟ ସୁଧୀର କୁମାର ଧଙ୍ଗଡ଼ାମାଝୀ, ଜୟଦ୍ରଥ ସୁନା, ଡିଲେଶ୍ୱର ରଣା, ବିଶ୍ବରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.