ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ବହୁ ଦିନରୁ ମ.ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ତଥା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ହେଁ କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମ.ରାମପୁର ଜାଗରଣ ମଞ୍ଚ ତରଫରୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଥାଉ କି ଗତ ଇଲେକ୍ସନ ପୂର୍ବରୁ ମଧ୍ୟ ସସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ପାତ୍ର ପ୍ରଦାନ କରାଯାଇଥିଲା। ଅଳ୍ପ ଦିନ ଭିତରେ ଡାକ୍ତର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଅଦ୍ଦ୍ୟାବଧି ଡାକ୍ତର ନିଯୁକ୍ତି ଦିଆଯାଇ ନାହିଁ ବରଂ ଥିବା ଡାକ୍ତର ମାନଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି। ସ୍ପେଶଳିଷ୍ଟ ଡାକ୍ତରଙ୍କ ସମେତ ୧୦ ଡାକ୍ତର ରହିବା କଥା ହେଲେ ଅଛନ୍ତି ଦୁଇ। ଏବେ ମଧ୍ୟ ଅଳ୍ପଦିନ ଭିତରେ ଡାକ୍ତର ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥର ଯଦି ଦାବି ପୂରଣ ନ ହୁଏ ତେବେ ରାସ୍ତା ରୋକ, ଧର୍ମଘଟ ଭଳି ଆନ୍ଦୋଳନ କରିବୁ ବୋଲି ମତ ପ୍ରକାଶ ପାଇଛି। ଏହି ଦାବି ପତ୍ର ପ୍ରଦାନ ବେଳେ ବିଭୂତି ଭୂଷଣ ମହାଖୁଡ଼ା, ପ୍ରକାଶ ମାଝୀ, ରାଜ କୁମାର ସିଂହଦେଓ ଆଦି ଉପସ୍ଥିତ ଥିଲେ।