ମଶାଣିବନ୍ଧ ମକର ମେଳା: ମୀନାବଜାର ଓ ଯାତ୍ରା ପଡ଼ିଆରେ ପ୍ରବଳ ଭିଡ଼, ଦର୍ଶକଙ୍କୁ ବାନ୍ଧି ରଖିଛି ଅପେରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତ ମଶାଣିବନ୍ଧ ସ୍ଥିତ ଗୁପ୍ତେଶ୍ୱର ଶିବ ମନ୍ଦିର ପରିସରରେ ଚଳିତ ବର୍ଷ ମହାସମାରୋହରେ ୧୫ତମ ମକର ମେଳ ଆୟୋଜିତ ହୋଇଛି । ଗତ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଠାରୁ ମେଳା ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ପୂର୍ବ ଦିନ ଅଧିବାସ ହୋଇଥିଲା ଓ ମକର ସଂକ୍ରାନ୍ତି  ଦିନ ଗାଁ ରେ ମକର ରଥ ପରିଭ୍ରମଣ କରାଯାଇଥିଲା । ଆସନ୍ତା ଶୁକ୍ରବାର ଦିନ ମନ୍ଦିର ଠାରେ ଚଣ୍ଡୀ ପୂଜା ସହିତ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି । ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ମକର ମେଳ ହୋଇପାରି ନଥିବା ବେଳେ ଚଳିତ ବର୍ଷ ମକର ମେଳା ମହାଆଡମ୍ବରରେ ଚାଲିଛି । ଏଥର ମକର ପଡ଼ିଆରେ ମୀନା ବଜାର ସହିତ ଅପେରା ଯାତ୍ରା ଦରବାର ଲୋକଙ୍କୁ ବାନ୍ଧି ରଖୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତିଦିନ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମି ରହୁଛି । ଗୁପ୍ତେଶ୍ୱର ଶିବ ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟି ପକ୍ଷରୁ ଚାଲିଥିବା ଏହି ମକର ମେଳା ବାଲସି ପଞ୍ଚାୟତ ତଥା ଆଖପାଖ ଅଂଚଳର ଜନସାଧାରଣ ସହଯୋଗ ରହିଛି । ଟ୍ରଷ୍ଟ ବୋର୍ଡ ସଭାପତି ଡୋଳାମଣି ଭୋଇ ଏବଂ ସଂପାଦକ କୁବେର ସାହୁଙ୍କ ନେତୃତ୍ବରେ ସାତ ଦିନ ଧରି ହେବାକୁ ଥିବା ଏହି ମକର ମେଳାକୁ ଗୋପାଳ ସାହୁ, ଝସକେତନ ଭୋଇ, ଦୁଲମଣୀ ମାଝୀ, ଶିବରାମ ମାଝୀ, ସୁଦାମ ଚରଣ ସାହୁ,ସାମନ୍ତ ସାହା, ହରିଶ ସାହା, କାମଦେବ ଜେନା, ନିଳାମ୍ବର ସାହା, ମୁନା ବେହେରା ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରୁଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.