‘ଉଭୟ ଆତ୍ମା ଓ ପରମାତ୍ମା ହେଉଛନ୍ତି ଅଭିନ୍ନ ଓ ବିଭିନ୍ନ, ଏହା ବୁଝିବାକୁ ହିଁ ଜ୍ଞାନ କୁହାଯାଏ’

ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କେନ୍ଦ୍ରାପଡାରୁ ଶିଶୁକବି ସୁଶ୍ରୀ ଦିବ୍ୟାଂଶୀ ମହାନ୍ତି ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ବିନୋଦିନୀ ଦାଶ ଅତିଥି ପରିଚୟ,ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ପରିବାରର ବଡ଼ଭାଇ ବିଶ୍ବେଶ୍ବର ମାଝୀ, କେନ୍ଦ୍ରାପଡାରୁ ବନଲକ୍ଷ୍ମୀ ମହାନ୍ତି, କଟକରୁ ଗୀତାଞ୍ଜଳି ପୃଷ୍ଟି , ବାଲେଶ୍ଵରରୁ ପ୍ରଶାନ୍ତ କୁମାର ରାଉଳ ଇତ୍ୟାଦି ୫ଜଣ ସତସଙ୍ଗୀ ୧୦ଟି ଶ୍ଲୋକ ପାରାୟଣ କରିଥିଲେ।
ତ୍ରୟୋଦଶ ଅଧ୍ୟାୟର ଦଶଟି ଶ୍ଲୋକ ଖୁବ ସୁନ୍ଦର ତାତ୍ତ୍ବିକ ଆଲୋଚନା କରିଥିଲେ ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର। ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ମିଶ୍ର।

ତ୍ରୟୋଦଶ ଅଧ୍ୟାୟ…. କ୍ଷେତ୍ରକ୍ଷେତ୍ରଜ୍ଞ ବିଭାଗ ଯୋଗରେ ହୋଇଥିବା ଆଲୋଚନାର କିୟଦଂଶ….. ଅର୍ଜୁନ ପ୍ରକୃତି, ପୁରୁଷ, କ୍ଷେତ୍ର, କ୍ଷେତ୍ରଜ୍ଞ, ଜ୍ଞାନ ଓ ଜ୍ଞୟ ବିଷୟରେ ଜାଣିବାକୁ ଇଛୁକ। କୃଷ୍ଣ କହିଲେ ଏ ଶରୀର ହେଉଛି କ୍ଷେତ୍ର ଓ ଯିଏ ଶରୀର ସମ୍ବନ୍ଧରେ ଜାଣେ ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ। ବଦ୍ଧଜୀବ ଭୌତିକ ସ୍ଥିତିରେ ବନ୍ଧା ହୋଇଛି ଏବଂ ସେ ଭୂତପ୍ରକୃତିର ପ୍ରଭୁ ହୋଇ ତାକୁ ଉପଭୋଗ କରିବାକୁ ଚେଷ୍ଟା କରୁଛି, ତେଣୁ ଭୂତ ପ୍ରକୃତି ଉପରେ ପ୍ରଭୁତ୍ଵ ବିସ୍ତାର କରିବାର ତା’ର କ୍ଷମତା ଅନୁଯାୟୀ ସେ ଏକ କର୍ମକ୍ଷେତ୍ର ପାଇଛି। ସେ କର୍ମକ୍ଷେତ୍ର ହେଉଛି ଶରୀର ଓ ଶରୀର ଇନ୍ଦ୍ରିୟମାନଙ୍କ ଦ୍ୱାରା ଗଢ଼ା। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଏହା ଜାଣିରଖିବା ଉଚିତ ମୁଁ ସମସ୍ତ ଶରୀରର କ୍ଷେତ୍ରଜ୍ଞ ଅଟେ। ଉଭୟ ଆତ୍ମା ଓ ପରମାତ୍ମା ହେଉଛନ୍ତି ଅଭିନ୍ନ ଓ ବିଭିନ୍ନ, ଏହା ବୁଝିବାକୁ ହିଁ ଜ୍ଞାନ କୁହାଯାଏ। ଯେ କ୍ଷେତ୍ର ଓ କ୍ଷେତ୍ରଜ୍ଞ ବିଷୟରେ ଜାଣେନାହିଁ ସେ ପୂର୍ଣ୍ଣଜ୍ଞାନ ପ୍ରାପ୍ତ ହୋଇନାହିଁ। ଯେ ପ୍ରକୃତିକୁ ଓ ଜୀବାତ୍ମାକୁ ଜାଣେ ଏବଂ ସେମାନଙ୍କୁ ନିୟନ୍ତ୍ରଣ କରେ ସେ ଈଶ୍ୱର ଅଟନ୍ତି। ବ୍ରହ୍ମଧାରଣାର ତିନୋଟି ସ୍ତର ଅଛି, କର୍ମକ୍ଷେତ୍ର ବ୍ରହ୍ମନ, ଜୀବ ବ୍ରହ୍ମନ, ନିୟନ୍ତ୍ରଣକାରୀ ମଧ୍ୟ ବ୍ରହ୍ମନ ଅଟେ। ବ୍ରହ୍ମାନୁଭୂତି ଲାଭ କରିବାର ପାଞ୍ଚୋଟି ସ୍ତର ଅଛି, ୧… ତିନୋଟି ଅନ୍ନମୟ… ୨…. ପ୍ରାଣମୟ…. ୩…. ଜ୍ଞାନମୟ ସ୍ତର ଅଛି ! ଶରୀର ପରିବର୍ତନର ଛ ‘ଟି ସ୍ତର ଅଛି ! ୧…. ଶରୀର ଜନ୍ମ ହୋଇଛି… ୨….. ଶରୀର ବୃଦ୍ଧି ପାଉଛି…. ୩….. ଶରୀର କିଛିକାଳ ରହୁଛି…. ୪….. ଶରୀର ବଂଶବୃଦ୍ଧି କରୁଛି…. ୫…. ଶରୀର କ୍ଷୟ ହେବାକୁ ଆରମ୍ଭ କରୁଛି। ଶରୀର ଶେଷ ସ୍ତରରେ ଅଦୃଶ୍ୟ ହେଉଛି ! ତେଣୁ ଶରୀର ରୂପକ କ୍ଷେତ୍ରଟି ଅସ୍ଥାୟୀ ରୂପକ ଭୌତିକ ପଦାର୍ଥ ଅଟେ !

ଆଲୋଚନା ସମୟରେ ଓଡ଼ିଶାର ମୂର୍ଦ୍ଧନ୍ୟ ପଣ୍ଡିତ ପ୍ରଫୁଲ୍ଲ ଆଚାର୍ଯ୍ୟ (ଯାଜପୁର), ପଣ୍ଡିତ ଶ୍ୟାମସୁନ୍ଦର ଦାଶ (ବଲାଙ୍ଗୀର), ପଣ୍ଡିତ ଭାବଗ୍ରାହୀ ମିଶ୍ର (ଜଗତସିଂହପୁର), ପଣ୍ଡିତ ନିରଞ୍ଜନ ସାହୁ (ଭୁବନେଶ୍ୱର), ପଣ୍ଡିତ ଅନାଦି ଚରଣ ମାହାଳି, ପ୍ରବାଚିକା ସଂଯୁକ୍ତା ରାଉତ ଆଦିଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୦ରୁ ଉର୍ଦ୍ଧ୍ବ ସତସଙ୍ଗୀ ଯୋଗଦେଇଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.