ବିଜେପିର ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତାଲାଗାଁ ଠାରେ ମଙ୍ଗଳବାର ବିଜେପି ଆମପାଣି ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ମେହେର ଯୋଗଦେଇ ବୁଥ ଓ ମଣ୍ଡଳ ସ୍ତରରେ କର୍ମୀ ଓ ଭୋଟର ଙ୍କୁ ସୁଦୃଢ କରି ଆସନ୍ତା ୨୦୨୪ ନିର୍ବାଚନ ର ରଣନୀତି ପ୍ରସ୍ତୁତ କରିବା, ବିଧାନ ସଭା ଓ ଲୋକସଭା ରେ ଭାରତୀୟ ଜନତା ପାର୍ଟି କିପରି ସୁସଂଗଠିତ ହେବ ଓ ଶାସନ କ୍ଷମତା କୁ ଆସିବ ସେନେଇ ଉପସ୍ଥିତ କର୍ମୀ ମାନଙ୍କୁ ବୁଝାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ସମ୍ପାଦକ ତଥା ଆମପାଣି ମଣ୍ଡଳ ପ୍ରଭାରୀ ଗୋଦାବରୀଶ ପାତ୍ର, ସାଂସଦଙ୍କ କୋକସରା ପ୍ରତିନିଧି ସୁଧୀର ପାତ୍ର, ପୂର୍ବତନ ବ୍ଲକ ସଭାପତି ନୀଳକଣ୍ଠ ମାଝୀ ବରିଷ୍ଠ କାର୍ଯ୍ୟକର୍ତ୍ତା ବନମାଳୀ ବାଗ, କୋକସରା ପ୍ରଭାରୀ ଗରୁଡଧ୍ବଜ ମାଝୀ, ଘନଶ୍ୟାମ ନାଏକ, ଜତିନ ମାଝୀ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେପି ଜିଲ୍ଲା ପ୍ରତିନିଧି ଭଜମନ ନାଏକଙ୍କ ତତ୍ବାବଧାନରେ ବିଜେଡ଼ି ଦଳ ଛାଡ଼ି ସୁବାସ ଖର୍ସେଲ, ରୁଗଧର ରାଉତ, ରମେଶ ବିଶି, ଋତୁରାଜ ରାଉତ, ଯୁଗେଶ୍ୱର ପୁଝାରୀ, ବେଣୁଧର ଦାସ, ଗୌରାଙ୍ଗ ଦାସ, ଦୈତାରୀ ପୁଝାରୀ, ଯୁବରାଜ ମୁଣ୍ଡା, ହେମନ୍ତ ସୁନାନୀ ପ୍ରମୁଖ ବିଜେପିରେ ଯୋଗ ଦେଇଥିବାବେଳେ ଦଳ ପକ୍ଷରୁ ସେମାନଙ୍କୁ ଉତ୍ତରୀୟ ଦେଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରିଥିଲେ। ବୈଠକ କୁ ଆମପାଣି ମଣ୍ଡଳ ସମ୍ପାଦକ ମଧୁବନ ପାତ୍ର ପରିଚାଳନା କରିଥିଲେ। ମଣ୍ଡଳ ସମ୍ପାଦକ ସନ୍ତୋଷ ମାଝୀ, ଉପସଭାପତି କୃଷ୍ଣଚନ୍ଦ୍ର ନାଏକ, ତୁଲାରାମ ନାଏକ, ଲିଙ୍ଗରାଜ ରାଠୋର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଧରିତ୍ରୀ ବାଗ, ଆମପାଣି ମଣ୍ଡଳ ଏସସି ମୋର୍ଚ୍ଚା ସଭାପତି ନକୁଲ ନାଏକ, ଆମପାଣି ଯୁବ ମୋର୍ଚ୍ଚା ସଭାପତି ସୁମେଶ ନାଏକ, ଚୈବନ ମେହେର ସମେତ ୮ଗୋଟି ପଞ୍ଚାୟତର ଦଳୀୟ ମହିଳା ଓ ପୁରୁଷ କର୍ମୀମାନେ ଯୋଗଦେଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.