କୋକସରାରେ ଜାତୀୟ ବାଳିକା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜାତୀୟ ବାଳିକା ଦିବସ ପାଳିତ ହୋଇଛି। ପ୍ରଥମେ ବ୍ଳକ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ କୋକସରା ଥାନା ଅଧିକାରୀ ପ୍ରଶନ୍ନ କୁମାର ବେହେରା, ବିଡ଼ିଓ ଉତ୍ତମ କୁମାର ବାଗ, ପିଇଟି ଅମିତ ମହାନ୍ତି, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ଟେମରା ସରପଞ୍ଚ କ୍ଷିତୀରାମ ପାତ୍ର, ମୂଷାପାଲି ସମିତି ଅଞ୍ଜନା ଦୁର୍ଗା, ମୋଟେର ସମିତି ଉଆଁସୀ ପାନ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସ୍କୁଲ, ଏନସିସି ଛାତ୍ରଛାତ୍ରୀ, ଏମବିକେ ମହିଳା, ସିଆରପି, ବ୍ୟାଙ୍କମିତ୍ର ପ୍ରମୁଖ ସାମିଲ ହୋଇଥିଲେ। ପରେ ବ୍ଳକ ସଭାଗୃହ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ଡାକ୍ତର ରଜତ ସୋମ୍ୟ ଅନୁରାଗ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ସମିତି ସଭ୍ୟା ଘନଶ୍ୟାମ ନାଏକ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବରେ ଅବିନା ପଟ୍ଟନାୟକ, କାଉଡୋଲା ଆଶା କର୍ମୀ ପଙ୍କଜିନୀ ନାଏକ, ଆଥଲେଟିକ୍ସ ରେ ପ୍ରିତୀ ରାଉତ ସମେତ ଏନସିସି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.