ଜନତା ହାଇସ୍କୁଲ ବୋର୍ଡାର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଦର ବ୍ଲକ ବୋର୍ଡାର ଜନତା ହାଇସ୍କୁଲର ୬୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରକାଶ ନିଶଙ୍କଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳ ସଚିବ ପିତାମ୍ବର ଭୋଇ ମୁଖ୍ୟବକ୍ତା, ସ୍ୱତନ୍ତ୍ର ଅତିଥି ଭାବେ ଡିଇଓ ସୁଶାନ୍ତ କୁମାର ଚୋପଦାର, ଏଡିଇଓ ଟେମଲାଲ ଦୁବେ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଜିଲ୍ଲାପରିଷଦ ସଦସ୍ୟ ହୃଦାନନ୍ଦ ସାହୁ, ଭବାନୀପାଟଣା ବିଇଓ ସୁନନ୍ଦା ପଣ୍ଡା, ବୋର୍ଡା ସରପଞ୍ଚ ରୀନାରାଣୀ ଜାଲ, ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡିଲେଶ୍ୱର ନିଆଲ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ବିରଞ୍ଚି ଜାଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ବନ୍ଦନା ଭୋଇ ଓ ଦିପ୍ତିମୟୀ ରଣା ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ବରିଷ୍ଠ ଶିକ୍ଷକ ନିରାକାର ଗହୀର ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଆଶୁତୋଷ ପଧାନ ଧନ୍ଯବାଦ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.