ଆଇଓସିଏଲ ନିର୍ଦ୍ଦେଶକୁ ଅବମାନନା, ତାଲା ଭାଙ୍ଗି ଗ୍ୟାସ ଗୋଦାମ ସିଜ କଲେ ଅଧିକାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଇଣ୍ଡିଆନ ପେଟ୍ରୋଲିଅମ ଗ୍ୟାସ୍ ଗୋଦାମକୁ ବୁଧବାର ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ବରେ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ଉପସ୍ଥିତିରେ ପୋଲିସ ଏସଆଇ ଗୋପବନ୍ଧୁ ନାୟକ, ଏଲପିଜି ଆଇଓସିଏଲ କ୍ଷେତ୍ର ପରିଦର୍ଶକ ଦେବଦତ୍ତ ମହାନ୍ତିଙ୍କ ଉପସ୍ଥିତିରେ ଗୋଦାମର ତାଲା କଟାଯାଇଛି। ଏବଂ ଗୋଦାମରେ ଥିବା ଗ୍ୟାସ୍ ଟାଙ୍କି, ଅନ୍ୟାନ୍ୟ ଉପକରଣ ଓ ଦସ୍ତାବିଜ କୁ ଜବତ କରାଯାଇଛି। ସୂଚନା ଅନୁସାରେ, କୋକସରା ଇଣ୍ଡେନ ଗ୍ୟାସ ଏଜେନସିର ମାଲିକ ଆଶିଷ ନେଗୀ କୈାଣସି ଏକ କେଶରେ ଜଡିତ ଥିବାରୁ ତାଙ୍କ ଏକାଉଣ୍ଟ ଫ୍ରିଜ ହେବା ଫଳରେ ଗ୍ୟାସ ସମ୍ବଧୀୟ ଲେଣ ଦେଣ ହୋଇ ପାରୁନଥିଲା। ଫଳରେ କମ୍ପାନୀ ତରଫରୁ ତାଙ୍କ ଏଜେନ୍ସିକୁ ତିନିମାସ ପାଇଁ ନିଲମ୍ବନ ଆଦେଶ ଦେଇ ଉପଲବ୍ଧ ଥିବା ଖାଲି ଟାଙ୍କି ଓ ଭର୍ତ୍ତି ଟାଙ୍କି ସହ ଅନ୍ୟାନ୍ୟ କାଗଜତ କମ୍ପାନୀକୁ ହସ୍ତଗତ କରିବାକୁ ଆଦେଶ ଦେଇଥିଲେ । ହେଲେ ଏଜେନ୍ସି ପକ୍ଷରୁ କୌଣସି ସହଯୋଗ ନ କରିବାରୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୁଧବାର ଆଇଓସିଏଲର କ୍ଷେତ୍ର ପରିଦର୍ଶକ  ଦେବବ୍ରତ ମହାନ୍ତି, କୋକସରା ତହସିଲଦାର ଦେବବ୍ରତ କରାଟି, ପୋଲିସ ଏସଆଇ ଗୋପବନ୍ଧୁ ନାଏକ ମିଳିତ ଭାବରେ ତାଲା ଭାଙ୍ଗି ଘରୋଇ, ବ୍ୟବସାୟିକ ଓ ଅନ୍ୟାନ୍ୟ ଟାଙ୍କି ଜବତ କରି ନିକଟସ୍ଥ ଆମପାଣିର ବୃନ୍ଦାବନ ଗ୍ୟାସ୍ ଏଜେନ୍ସିଙ୍କୁ ହସ୍ତାନ୍ତର କରିଥିବା କ୍ଷେତ୍ର ପରିଦର୍ଶକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.