ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ନାଲି ରଙ୍ଗର ଦେଶୀ ଶାଢୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏଥର ବି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଚର୍ଚ୍ଚା ।  ଦେଶୀ ଶାଢୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନିର୍ମଳା । ଏଥର ବଜେଟରେ ମଧ୍ୟ ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା । ଏଥର ଲାଲ ରଙ୍ଗର ଶାଢୀରେ କୁମ୍ଭପକା ବର୍ଡର ଥିବା ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ସବୁଠାରୁ ଆକର୍ଷଣୀୟ ଥିଲା ତାଙ୍କର ମ୍ୟାଚିଂ । ତାଙ୍କର ନାଲି ରଙ୍ଗର ବଜେଟ ଫାଇଲ ସହ ନାଲି ରଙ୍ଗର ଶାଢୀ ଖୁବ ଆକର୍ଷଣୀୟ ଥିଲା ।

ଅର୍ଥମନ୍ତ୍ରୀ ନିର୍ମଳାଙ୍କୁ ସବୁବେଳେ  ହ୍ୟାଣ୍ଡଲୁମ ଶାଢୀ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଓଡ଼ିଶା ହାଣ୍ଡଲୁମ ତାଙ୍କର ଖୁବ ପସନ୍ଦ । ୨୦୧୯ ବଜେଟ ଉପସ୍ଥାପନ ହାଲକା ଗୋଲାପି ରଙ୍ଗର ମଙ୍ଗଲଗିରି ଶାଢ଼ି ପିନ୍ଧିଥିଲେ । ସେହିଭଳି ୨୦୨୦ ବଜେଟ ବେଳେ ମଧ୍ୟ ତାଙ୍କୁ ଡିପ ପିଙ୍କ ଶାଢୀ ପିନ୍ଧି ଆସିଥିଲେ । ୨୦୨୧ ବଜେଟରେ ଲାଇଟ୍‌ ହଳଦିଆ ରଙ୍ଗର ସିଲ୍କ ଶାଢ଼ି ପିନ୍ଧିଥିଲେ ।ନିର୍ମଳା ଦାୟିତ୍ୱ ଗ୍ରହଣ କରିବା ପରଠୁ ପ୍ରାୟ ସବୁବେଳେ ଦେଶୀ ଶାଢୀରେ ହିଁ ଦେଖିବାକୁ ମିଳିଥାନ୍ତି । ଦେଶୀ ଶାଢୀ ପିନ୍ଧି ସେ ଦେଶୀ ତଥା ପାରମ୍ପରିକ ଶାଢ଼ିକୁ ପ୍ରୋତ୍ସାହିତ କରୁଥିବା ମନେହୁଏ । ତେବେ ସୀତାରମଣଙ୍କ ଆଜିର ନାଲି ରଙ୍ଗର ଶାଢ଼ି  ସାଙ୍ଗକୁ  ଗୋଲଡେନ ଏବଂ କଳା ରଙ୍ଗର ବର୍ଡର ଖୁବ ଆକର୍ଷଣୀୟ ଥିଲା । ଏଥିରେ ଥିବା ଗୋଲ୍ଡେନ୍‌ ରଙ୍ଗର କାମ ବି ବେଶ ସୁନ୍ଦର ଥିଲା । ଏଠି କହିରଖିବୁ, ଖାଲି ଅର୍ଥମନ୍ତ୍ରୀ ନୁହଁନ୍ତି, ରାଷ୍ଟ୍ରପତି ମଧ୍ୟ ଦେଶୀ ଶାଢୀକୁ ବେଶ ପସନ୍ଦ କରନ୍ତି । ବଡ ବଡ଼ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଟସର ସିଲ୍କ ଶାଢ଼ି ପିନ୍ଧିଥାନ୍ତି   । ଏପରିକି ରାଷ୍ଟ୍ରପତି ଭାବେ ଶପଥ ନେବା ଦିନ ମଧ୍ୟ ସେ ଓଡ଼ିଶାରେ ତିଆରି ଟସର ସିଲ୍କ ଶାଢ଼ି ପିନ୍ଧିଥିଲେ । ଆଜି ବି ବଜେଟ୍  ଉପସ୍ଥାପନ ପୂର୍ବରୁ ମଧ୍ୟ ତାଙ୍କୁ ସେହି ଟସର ସିଲ୍କ ଶାଢ଼ିରେ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.