ଶୁଭମନ ଏବଂ ହାର୍ଦ୍ଦିକଙ୍କ ଧୂଆଁଧାର ପ୍ରଦର୍ଶନ, ତୃତୀୟ ଟି-୨୦ ମ୍ୟାଚ ଜିତି ସିରିଜ ସିଲ୍ କଲା ଭାରତ

ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ଦିନିକିଆ ପରେ ଟି-୨୦ ସିରିଜ ଜିତିଲା ଭାରତ । ନ୍ୟୁଜିଲାଣ୍ଡ ଟିମ୍ ରାଞ୍ଚିରେ ମ୍ୟାଚ ଜିତି ଯେଉଁ ଜୋଶରେ ଆରମ୍ଭ କରିଥିଲା ତାହା ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦେଖିବାକୁ ମିଳିନାହିଁ। ଯାହାର ଫାଇଦା ନେଇଛି ଘରୋଇ ଦଳ। ଆଉ ସିରିଜ ନିଜ ନାଁରେ କରିଛି ଭାରତ । ଦୁଇ ଦଳ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୧୬୮ ରନ୍ ବ୍ୟବଧାନରେ ପରାସ୍ତ କରି ସିରିଜ୍ ଜିତିଛି। ଓପନର ଶୁଭମନ ଗିଲ, ଦ୍ରୁତ ବୋଲର ହାର୍ଦ୍ଦିକ ପାଣ୍ଡା ଏବଂ ସମସ୍ତ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି।

Omkar Vasthu
Omkar Vasthu

ଅହମ୍ମଦାବରେ ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ ୨୩୪ ରନ୍ କରିଥିଲା। ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ଶସ୍ତାରେ ଫାଭିଲିଅନକୁ ଫେରିଥିଲେ । ମାତ୍ର ୧୬ ରନରେ ୪ ୱିକେଟ୍ ହରାଇଥିଲେ ବ୍ଲାକ କ୍ୟାପ ଟିମ୍ । ମୋଟ୍ ଉପରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ମାତ୍ର ୬୬ ରନ୍ ସଂଗ୍ରହ କରି ଅଲ ଆଉଟ ହୋଇଥିଲେ । ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମେ ବୋଲିଂ କରି ଭ୍ରମଣକାରୀ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ସୂର୍ଯ୍ୟ କୁମାର ଯାଦବ ସ୍ଲିପରେ ଦୁଇଟି ଜବରଦସ୍ତ କ୍ୟାଚ୍ ଧରିଥିଲେ। ଯାହା ବୋଲରଙ୍କୁ ଓ୍ୱିକେଟ ନେବାରେ ବଡ ସହଯୋଗ କରିଥିଲା। ହାର୍ଦ୍ଦିକଙ୍କ ବ୍ୟତୀତ ଅର୍ଶଦୀପ ସିଂ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ ଏବଂ ତୃତୀୟ ଓଭରରେ ନ୍ୟୁଜିଲ୍ୟାଣ୍ଡ ୭ ରନରେ ୪ ୱିକେଟ୍ ହରାଇଥିଲା। ଯଦି ଡ୍ୟାରିଲ୍ ମିଚେଲ୍ (୩୫ ରନ୍, ୨୫ ବଲ୍) କିଛି ସଟ୍ ଖେଳି ନଥାନ୍ତେ ତେବେ ଅବସ୍ଥା ଆହୁରି ଖରାପ ହୋଇଥାନ୍ତା। ସେ ୧୩ ଓଭରର ପ୍ରଥମ ବଲରେ ଶେଷ ବ୍ୟାଟ୍ସମ୍ୟାନ୍ ଭାବରେ ଆଉଟ ହୋଇଥିଲେ। ଭାରତରୁ ହାର୍ଦ୍ଦିକଙ୍କ ବ୍ୟତୀତ ଅର୍ଶଦୀପ, ଶିବମ ମାଭି ଏବଂ ଉମ୍ରାନ ମଲିକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଶୁଭମନ ଗିଲ ମାତ୍ର ୬୩ ବଳରେ ୧୨ ଚୌକା ୭ ଛକା ବଳରେ ୧୨୬ ରନ କରି ଅପରାଜିତ ରହିଥିଲେ । ଏଥିସହ ଟି୨୦ରେ ସେ ଭାରତ ପକ୍ଷରୁ ବ୍ୟକ୍ତିଗତ ସର୍ବାଧିକ ସ୍କୋର କରିଛନ୍ତି ।

Udyog Nursery
Udyogi Nursery

ଉଲ୍ଲେଖଯୋଗ୍ୟ, ଭାରତ ଏହି ସିରିଜ ଜିତିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି, ଭାରତରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଜିତିବା ସହଜ ନୁହେଁ। ଏହାପୂର୍ବରୁ ଭାରତ ଶ୍ରୀଲଙ୍କାକୁ ହରାଇଥିଲା । ଯଦିଓ ରାଞ୍ଚି ମ୍ୟାଚ ଜିତି ନ୍ୟୁଜିଲ୍ୟାଣ୍ଡର ସୁଯୋଗ ଥିଲା ହେଲେ ଏହି ସୁଯୋଗ ଥିଲା, କିନ୍ତୁ ଅନ୍ୟାନ୍ୟ ଦଳ ପରି ନ୍ୟୁଜିଲାଣ୍ଡ ବିଫଳ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.