ଜୋ ବାଇଡେନଙ୍କ ଘରେ ଏଫବିଆଇର ରେଡ୍

ଓଡ଼ିଆ ବାର୍ତ୍ତା/ ୱାଶିଂଟନ: ଆମେରିକାର ତଥା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କ ଘରେ ରେଡ୍। ସିକ୍ରେଟ ଡକ୍ୟୁମେଂଟ ବା ଗୁପ୍ତ ଦସ୍ତାବିଜ ମାମଲାରେ ଏହି ରେଡ୍ କରିଛି ଫେଡେରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ଏଫବିଆଇ)। ଡେଲାୱେରର ରେହବୋଥ ବିଚରେ ଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ରେଡ୍ ଚାଲିଥିବା ଅନ୍ତର୍ଜାତୀୟ ମିଡିଆରୁ ସୂଚନା ମିଳିଛି। ବାଇଡେନଙ୍କ ବ୍ୟକ୍ତିଗତ ବାସଭବନରେ ଗୁପ୍ତ ଦଲିଲ ରଖାଯାଇଥିବା ଅଭିଯୋଗ ହୋଇଛି, ଯେଉଁଥିପାଇଁ ଏଫବିଆଇ ସେଠାରେ ପହଞ୍ଚି ରେଡ୍ କରିଥିବା ଆମେରିକା ଗଣମାଧ୍ୟମ ରିପୋର୍ଟ କରିଛି। ଏନବିସି ନ୍ୟୁଜ୍ ବିଶ୍ୱସ୍ତ ସୂତ୍ରର ଇନୁପୁଟ ଆଧାରରେ କହିଛି, ଏଫବିଆଇ ୱାରେଣ୍ଟ ନେଇ ନାହିଁ ବରଂ ସହମତି ଭିତରେ ତଦନ୍ତ ହୋଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏଫବିଆଇ ଅଧିକାରୀମାନେ ଏକ ନିର୍ଦ୍ଦିଷ୍ଟ ଦଲିଲ ଖୋଜୁଛନ୍ତି। ଯାହା ସର୍ଚ୍ଚ ଅପରେସନ୍ ଗୋପନୀୟ ଡକ୍ୟୁମେଣ୍ଟ ବିଷୟରେ ରହିଛି। ଜୋ ବାଇଡେନଙ୍କ ବ୍ୟକ୍ତିଗତ ଓକିଲ ବବ ବାଉର ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ସର୍ଚ୍ଚ ଅପରେସନରେ ବାଇଡେନ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି ଏବଂ ସହଯୋଗ କରାଯାଉଛି। ତିନି ଘଣ୍ଟାର ରେଡ୍ ପରେ ଏଫବିଆଇକୁ ସେଭଳି କୌଣସି ଦଲିଲ ମିଳିନଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ନଭେମ୍ବର ୨ରେ ବାଇଡେନଙ୍କ ବ୍ୟକ୍ତିଗତ ଓକିଲମାନେ ଗୋପନୀୟ ଡକ୍ୟୁମେଣ୍ଟ ପାଇଥିଲେ, ଏହା ପରେ ନଭେମ୍ବର ମଧ୍ୟଭାଗରେ ଏଫବିଆଇ ଥିଙ୍କ ଟ୍ୟାଙ୍କ କାର୍ଯ୍ୟାଳୟରେ ଖୋଜାଖୋଜି କରିଥିଲା। ଏହାପରେ ଜାନୁଆରୀ ୨୦ରେ ଏଫବିଆଇ ୱିଲମିଙ୍ଗଟନରେ ବାଇଡେନଙ୍କ ଘରେ ଖୋଜାଖୋଜି କରିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାର ମାର-ଏ-ଲାଗୋ ରିସର୍ଟରେ ଗୋପନୀୟ ଦଲିଲ ପାଇବା ପରେ, ବାଇଡେନଙ୍କ ବିଚ୍ ହାଉସରେ ଏଫବିଆଇ ଖୋଜୁଥିବା ଖବର ଆସିଥିଲା। ଏଫବିଆଇ ଏଜେଣ୍ଟମାନେ ଗତ ବର୍ଷ ଟ୍ରମ୍ପଙ୍କ ଫ୍ଲୋରିଡା ଇଷ୍ଟେଟରେ ରେଡ୍ କରିଥିଲେ ଏବଂ ୧୦୦ ରୁ ଅଧିକ ଗୁପ୍ତ ଦଲିଲ ପାଇଥିଲେ। ଆମେରିକାରେ ସରକାରୀ ଦସ୍ତାବିଜ ଘରୁ ମିଳିବା ବେଆଇନ୍ କାମ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.