ହାଇଦ୍ରାବାଦରେ ମାନଝରି ଗ୍ରାମର ଦାଦନ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ, ଶବ ଆସିବା ପରେ ଗାଁରେ ରାସ୍ତାରୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର କୁମରାଜ ବିଶିଙ୍କ ପୁଅ ତ୍ରିଲୋଚନ ବିଶି ଗତ ତିନି ମାସତଳେ ସେ ଭିଟାମାଟି ଛାଡି ହାଇଦ୍ରାବାଦ ନିକଟ ରାଚାକୋଣ୍ଡା ଜିଲ୍ଲା କୋଠୁର ଗ୍ରାମରେ ଥିବା ଏକ ଇଟା ଭାଟିରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତ ୧ ତାରିଖ ସକାଳ ସମୟରେ ଏହି ଯୁବକଙ୍କ ଶବ ଗାଁ ନିକଟ ଏକ ବର ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ଯୁବକ ଆତ୍ମହତ୍ୟା କରିଛି ବୋଲି ସେଠାକାର ଥାନାରେ ଅଭିଯୋଗ କରିଥିଲେ ସମ୍ପୁକ୍ତ ଇଟା କମ୍ପାନୀର କର୍ମକର୍ତା । କିନ୍ତୁ ମୃତକଙ୍କ ବାପା ଓ ତାଙ୍କ ସ୍ତ୍ରୀ ଏହା ଆତ୍ମହତ୍ୟା ନୁହେଁ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଆଜି ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ଶବ ବ୍ୟବଚ୍ଛେଦ ସରିବା ପରେ ଆଜି ତାଙ୍କ ଶବ ଗାଁକୁ ଆସିବା ପରେ ପରିବାର ଲୋକ ଓ ଗ୍ରାମବାସୀ ଗୋଲାମୁଣ୍ଡା କେଗାଁ ମୁଖ୍ୟରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି । ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ପରିବାରକୁ ସମ୍ପୃକ୍ତ କମ୍ପାନୀ ଆର୍ଥିକ ସହାୟତା ଦେବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଥିଲେ । ଦୀର୍ଘ ୬ ଘଣ୍ଟା ପରେ ଘଟଣାସ୍ଥଳକୁ ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସରୁ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଓ ସମ୍ପୃକ୍ତ ଇଟା ଭାଟି କମ୍ପାନୀ ତରଫରୁ ପ୍ରଥମେ ୫୦ ହଜାର ଟଙ୍କା ଘଟଣାସ୍ଥଳରେ ପ୍ରଦାନ କରିବା ସହିତ ଆଗାମୀ ଦିନରେ ବକେୟା ୫୦ ହଜାର ଟଙ୍କା ପ୍ରଦାନ ପ୍ରଦାନ କରିବୁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ଓ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଅପରପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଗୋଲାମୁଣ୍ଡା ଥାନା ଆଇଆଇସି ଯୁଗଳ ଶବରଙ୍କ ସହିତ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.