ଗାଡେବନ୍ଧ ଗାଁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନାରେ ସାମିଲ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଗାଡେବନ୍ଧ ଗାଁକୁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯାଇଛି। ଏନେଇ ସରପଞ୍ଚ କବିତା ବାଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ଏବିଡ଼ିଓ ଦେବେନ୍ଦ୍ର ସାମଲ, ଜିପିଇଓ କ୍ଷିତୀଶ ନାଏକ, ସିଡ଼ିପିଓ ନିବାସିନୀ ବିଶ୍ୱାଳ, କୃଷି ଅଧିକାରୀ ରଜତ ମିଶ୍ର, ଉଦ୍ୟାନ କୃଷି ଏଏଚଓ ପ୍ରତିଭା ନାଏକ, ଯୋଗାଣ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ବିଏସଏସଓ ମନୋଜ ବେହେରା, ଆରଡବ୍ଲୁ ଏସେସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହି ଗାଡେବନ୍ଧ ଗ୍ରାମର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରି ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ଗ୍ରାମସଭା କରି ସହମତି ପ୍ରଦାନ କରାଯାଇଥିଲା। ଗାଡେବନ୍ଧ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସଭାକୁ ସଫଳ ମଣ୍ଡିତ କରିଥିଲେ। ଯୁବ ନେତୃତ୍ୱ ନରୋତ୍ତମ କରୁଆଁ ମଞ୍ଚ ପରିଚାଳନା କରିଥିବା ବେଳେ ବାନାମ୍ବର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.