ରେତ୍ ଡେମ୍ ଡିଭିଜନ କୁଟିଂ ପଦରରେ ପାଣି ପଞ୍ଚାୟତ ପକ୍ଷ ପାଳନ

‘ଜଳ ହିଁ ଜୀବନ, ଏହାର ସୁପରିଚାଳନା ହେଉଛି ସମସ୍ତଙ୍କ କର୍ତ୍ତବ୍ୟ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେତ ଡେମ ଡିଭିଜନ କୁଟିଂ ପଦରରେ ଏସି ଗିରିଜା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେତ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ସୀମାଦ୍ରୀ ସମ୍ପଦ ରାଓ ଯୋଗଦାନ କରି ପାଣି ପଞ୍ଚାୟତ କର୍ମକର୍ତ୍ତା ମାନେ ଉତ୍ତମ ଭାବରେ ଜଳର ସୁପରିଚାଳନା କରିବା ବିଧେୟ, ଜଳ ହିଁ ଜୀବନ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଏଫେକ୍ସ ଅଧ୍ୟକ୍ଷା ଚନ୍ଦ୍ରକାନ୍ତୀ ମେହେର, ରେତ ବନ୍ଧ ବିଭାଜନ କୁଟିଂପଦରର ଅଧିକ୍ଷଣ ଯନ୍ତ୍ରୀ ଗିରିଜା ଶଙ୍କର ମିଶ୍ର, ଭବାନୀପାଟଣା ଗୁଣ ନିଶ୍ଚିତତା ବିଭାଜନ ଇଂ. ସିମାଦ୍ରୀ ନାରାୟଣ ପୃଷ୍ଟି, ରେତ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରି ଇଂ. ଚିନ୍ମୟୀ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଧିରଜ କଅଁର, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନରେନ୍ଦ୍ର ଛତ୍ରୀଆ, ଭବାନୀପାଟଣା ବିଏମ ହାଇସ୍କୁଲର ଉପ ପ୍ରଧାନ ଶିକ୍ଷକ, ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ଅଜୟ କୁମାର ପାଢୀ ପ୍ରମୁଖ ଯୋଗଦାନ କରି ବାମ କେନାଲ ଅଧିନରେ ରହିଥିବା ୧୧ ଗୋଟି ପାଣି ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ଓ ଚାଷୀମାନେ କିପରି ସୂଚାରୁ ଭାବରେ ଜଳ ପରିଚାଳନା କରିବେ ସେ ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ । ଏଫେକ୍ସର ସମ୍ପାଦକ ଶୂନ୍ୟ ମଙ୍ଗରାଜ ମଞ୍ଚ ପରିଚାଳନା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଇତ୍ୟବସରରେ ଗତ ୩୧ ଜାନୁୟାରୀରେ ଭବାନୀପାଟଣା ବିଏମ ହାଇସ୍କୁଲରେ ଅଷ୍ଟମ, ନବମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ବକ୍ତୃତା, କ୍ୱିଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମ ପୁରସ୍କାର ଭାବରେ ୨୦୦୦, ଦ୍ୱିତୀୟ ସ୍ଥାନରେ ରହିଥିବା କୃତି ପ୍ରତିଯୋଗୀଙ୍କୁ ୧୫୦୦ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ସ୍ୱରୁପ ପ୍ରଦାନ କରାଯାଇଥିଲା । ଦୀର୍ଘଦିନ ଧରି ଅଣ ଜଳସେଚିତ ଅଞ୍ଚଳ ନର୍ଲା ଓ ଭବାନୀପାଟଣା ରେ ଚାଷକାର୍ଯ୍ୟରେ ଚାଷୀ ସଫଳତା ପାଇ ପାରୁନଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ଶାନ୍ତପୁର ଠାରେ ରେତ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାପରେ ଉପରୋକ୍ତ ଦୁଇଗୋଟି ବ୍ଲକ୍ ଅଞ୍ଚଳର ୮,୫୦୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ଏବେ ଶସ୍ୟ ଶ୍ୟାମଳା ହୋଇ ଉଠିଛି ବୋଲି ଏଫେକ୍ସ ଅଧ୍ୟକ୍ଷା ଚନ୍ଦ୍ରକାନ୍ତୀ ମେହେର ତାଙ୍କ ବକ୍ତବ୍ୟରେ ରେ ପ୍ରକାଶ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ରେତ ଜଳସେଚନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କୁଟିଂପଦର ପାଣିପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ୧୧ ଗୋଟି ପାଣି ପଞ୍ଚାୟତର ସଭାପତି, ସମ୍ପାଦକ, ସଦସ୍ୟ/ସଦସ୍ୟା ଓ ଚାଷୀମାନେ ଯୋଗଦାନ କରିଥିଲେ । ଅନ୍ୟ ବରିଷ୍ଠ ଚାଷୀ ଓ ଏଫକ୍ସ ଓ ପାଣି ପଞ୍ଚାୟତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଟଙ୍କଧର ମେହେର, ହରେରାମ ନାଏକ, ହେମନ୍ତ ସାହୁ, ମାଧବ ନାଏକ, ରୋମାଞ୍ଚଲ ମଙ୍ଗରାଜ, ମନୋଜ ପଧାନ, ବିଜୟ ଦୋରା, ରଞ୍ଜିତ ସାହୁ, ରାଜୀବ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଏଥିରେ କୃଷି ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଶୂନ୍ୟ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.