ଟେଙ୍ଗନୁ ବାରିକ ପାଇଲେ ଓଡିଶା ରତ୍ନ ସମ୍ମାନ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ପ୍ରକୃତ ନାମ ସୋମନାଥ ବାରିକ, କିନ୍ତୁ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଟେଙ୍ଗୁନୁ ବାରିକ ନାମରେ ଡାକିଥାନ୍ତି। ଜୟପାଟଣା ବ୍ଳକ ଅନ୍ତର୍ଗତ କୁମଯୋର ଗ୍ରାମରେ ବାସ କରୁଥିବା ଟେଙ୍ଗନୁ ପେଶାରେ ଜଣେ ବାରିକ ଏବଂ ନିଶାରେ କୀର୍ତ୍ତନ ଗୁରୁ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ବ୍ୟକ୍ତିତ୍ବ। ତାଙ୍କର ଜନ୍ମ ସ୍ଥାନ କର୍ମପୁର ବ୍ଳକ ଅନ୍ତର୍ଗତ ନୂଆଁ ଗାଁରେ ବାଳ୍ୟ କାଳ ବାର ବର୍ଷ ବୟସରୁ ମୃଦଙ୍ଗ ବାଦ୍ୟ କଳା ପ୍ରତି ଆକୃଷ୍ଟ ହୋଇଥିଲେ। ଆଜି ପର୍ଯ୍ୟନ୍ତ ସେ କୈାଳିକ ବୃତ୍ତି ସହିତ ମୃଦଙ୍ଗ ବଜାଇବା ନିଶା ଛାଡି ନାହାନ୍ତି। ଆଜି ସେ ଓଡ଼ିଶା ରତ୍ନ ସମ୍ମାନରେ ସମ୍ମାନିତ ହୋଇ ଅଞ୍ଚଳ ପାଇଁ ଗୋୖରବ ଆଣି ଦେଇଛନ୍ତି। ସେ ନିଜେ ଗୀତ ଲେଖିବା ସହିତ ସୁମଧୁର ସ୍ବରରେ ଗୀତ ମଧ୍ୟ ଗାଇ ପାରନ୍ତି। ତାଙ୍କୁ ମୃଦଙ୍ଗ ବାଦ୍ୟ ବଜାଇବା ନିଶା ଆଣିଦେଇଛି ଢେର୍ ସାରା ସମ୍ମାନ। ସେ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ପାଇଥିବା ବେଳେ ନିକଟରେ ସଙ୍ଗୀତ ମୂର୍ଚ୍ଚନା ଓ ଓଡିଶା ସାଂସ୍କୃତିକ କଳା ଏକାଡେମୀ ତରଫରୁ ଭଞ୍ଜକଳା ମଣ୍ଡପ ଠାରେ ଓଡ଼ିଶା ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ଗାଁକୁ ପହଁଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ଆନନ୍ଦର ସହ ସ୍ବାଗତ କରିବାସହ ପାଛୋଟି ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.