‘ମାନବିକତା ବିନା ସୁସ୍ଥ ସମାଜ ଗଠନ ଅସମ୍ଭବ’

• ରିଷିଡାରେ ଜିଲ୍ଲାସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ

Omkar Vasthu
Omkar Vasthu

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲୁଥିବା ତିନି ଦିନିଆ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଯାପିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ବେହେରା, ମୁଖ୍ୟବକ୍ତା ଭାବେ ୟୁଥ ରେଡ଼କ୍ରସ ଓଡିଶାର ରାଜ୍ୟ ସଂଯୋଜକ ଡ଼ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ରିଷିଡା ଜେକେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲୀପ କୁମାର ଦାସ, ୟୁଥ ରେଡ଼କ୍ରସର କଳାହାଣ୍ଡି ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା, ଜିଲ୍ଲା କନଭେନର ସମ୍ପାଦକ ସଂଜୀବ କୁମାର ସାହୁ ଯୋଗଦେଇ ସେବା, ସହଯୋଗ ଓ. ମାନବିକତା ବିନା ସୁସ୍ଥ ସମାଜ ଗଢି ହେବନାହିଁ ବୋଲି ମତପ୍ରକାଶ କରିଥିଲେ। କ୍ୟାମ୍ପ ନିଁର୍ଧେଶକ ଅଧ୍ୟାପକ ଗିରିରାଜ ଗହୀର ସ୍ୱାଗତ ଓ ବିବରଣୀ ଉପସ୍ଥାପନ କରିଥିଲେ। ବରିଷ୍ଠ ଅଧ୍ୟାପକ ହେମନ୍ତ ଚୌଧୁରୀ ସଭା ସଂଯୋଜନା କରିଥିଲେ। ଗତକାଲି ଦ୍ୱିତୀୟ ଦିବସ ସନ୍ଧ୍ୟା ଅଧିବେଶନ ରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ମୁଖ୍ୟବକ୍ତା ଭାବେ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ପ୍ରଶାସକ ଡ଼ ଗୁଣନିଧି ନାଏକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଓ ସାମ୍ବାଦିକ ନରୋତ୍ତମ ସେଲମା, ରିଷିଡା ସରପଞ୍ଚ ସେବତୀ ରଣା ଯୋଗଦେଇଥିବା ବେଳେ ସଂଜୀବ ସାହୁ ସଭାପତିତ୍ୱ କରିଥିଲେ। ଅଧ୍ୟାପକ ମୋହନ ଚରଣ ବିଶି ସଭା ସଂଯୋଜନା କରିଥିଲେ। ଏହି ଅବସରରେ ରକ୍ତଦାନ ଶିବିର ଓ ସ୍ୱଚ୍ଛ ପରିବେଶ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ତିନିଦିନ ଧରି ସଫଳତାର ସହ ଆୟୋଜିତ ଏହି ଶିବିରରେ ଜିଲ୍ଲାର ୩୫ଟି କଲେଜର ସ୍ବେଛାସେବୀ ଓ ଶିକ୍ଷକ ଯୋଗଦେଇଥିଲେ। ଏଥିରେ ଆୟୋଜକ ରିଷିଡା କଲେଜର ଅଧ୍ୟାପକ ନୀଳାମ୍ବର ପାତ୍ର, ଚନ୍ଦନ ରଣା, ଚିନ୍ମୟ ରଣା, ସୌମ୍ୟରଞ୍ଜନ ତ୍ରିପାଠୀ, ଲଳିତ ଦାସ, ଜଗଦୀଶ ଭୋଇ, ଯୋଗେନ୍ଦ୍ର ବେହେରା, ନାରାୟଣ ଗହୀର, ପାଣ୍ଡଵ ହରିଜନ ସହଯୋଗ କରିଥିଲେ। ପ୍ରତେହ ସନ୍ଧ୍ୟାରେ ଶିବିରାର୍ଥି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.